ବିଜେଡି ଏବେ ICUରେ, ଥିଲେ ତ୍ କଂଗ୍ରେସ ସହ ମିଶିବ

ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାର ଲୋକେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି।କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ଏଭଳି ଦମ୍ଭୋକ୍ତି ଦେଖାଇଥିଲେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ବିଜେଡିକୁ କଟ୍ଟାକ୍ଷ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର।

ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟ ନାରାୟଣ।
ସେ କହିଛନ୍ତି, କଂଗ୍ରେସ ସହ ମିଶି ବିଜେଡି ସରକାର କରିବ ବୋଲି କହୁଛି, କିନ୍ତୁ ବିଜେଡି ରହିଲେ ତ’? ବିଜେଡି ପାର୍ଟିର ଆୟଷ ବହୁତ କମ୍। ସେ ଆଉ କେତେ ଦିନ ବଞ୍ଚିବ? ଏବେ ବିଜେଡି ଆଇସିୟୁରେ ଅଛି।

ବିଜେଡି ବଞ୍ଚିବ, ପୁଣି ଥରେ ଆଗକୁ ବଢ଼ିବ ଓ ସରକାର କରିବ। ଏଥିପାଇଁ ସ୍ୱପ୍ନ ଦେଖିବା ପାଇଁ କାହାକୁ ମନା ନାହିଁ। ଏହାକୁ ଆମେ ସ୍ୱାଗତ କରୁଛୁ। ହେଲେ ବିଜେଡି ଖଣ୍ଡ ଖଣ୍ଡ ହେବାକୁ ବସିଲାଣି। ତାକୁ ବଞ୍ଚାଇବା ପାଇଁ ବିଜେଡିର ନେତାମାନେ ଏପରି କହୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି।
ସେ ଆହୁରି କହିଛନ୍ତି, ବିଜେଡିରେ ନେତୃତ୍ୱ କାହିଁ? ଏଥିପାଇଁ ବିଜେଡିର ୨୪ ବର୍ଷ ଶାସନ କାଳରେ ଲିଜ୍ରେ ଚାଲିଥିଲା। କେତେବେଳେ ପ୍ୟାରୀ ବାବୁ ବିଜେଡିକୁ ଲିଜ୍ରେ ନେଇଥିଲେ ତ ଆଉ କେତେବେଳେ ପାଣ୍ଡିଆନ ଲିଜ୍ରେ ନେଇଥିଲେ। ବିଜେଡି ଶାସନ କାଳରେ କର୍ମୀଙ୍କ କଥା ରହିଲା ନାହିଁ। ଏବେ ସ୍ୱପ୍ନ ଦେଖୁଛନ୍ତି, ଦେଖନ୍ତୁ, ସ୍ୱପ୍ନ ଦେଖିବାକୁ କାହାକୁ ମନା ନାହିଁ। ଜୟନାରାୟଣଙ୍କ ମନ୍ତବ୍ୟ ଉପରେ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ।

Post Views48 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!