ବଡଓଷାରେ ଦୁଇ ଭାଇଙ୍କ ସଲିଳ ସମାଧି

ଏକତାଳି ଗାଁରେ ଅଭାବନୀୟ ଘଟଣା । ବଡ଼ଓଷାରେ ପୋଖରୀକୁ ଗାଧୋଇବାକୁ ଯାଇ ୨ ସମ୍ପର୍କୀୟ ନାବାଳକ ଭାଇଙ୍କ ମୃତ୍ୟୁ । ମୃତକ ୨ ସମ୍ପର୍କୀୟ ଭାଇ ହେଲେ ଗଣେଶ୍ୱର ବେହେରା ଓ ଶୁଭମ ବେହେରା । ଦୁଇ ଜଣ ନାବାଳକଙ୍କ ମୃତ୍ୟୁକୁ ନେଇ ଏକତାଳି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ତେବେ ଆଜି ସକାଳୁ ୨ ସମ୍ପର୍କୀୟ ନାବାଳକ ଭାଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ଵ ହେବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ପୋଖରୀରୁ ୨ଜଣ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ଗ୍ରାମବାସୀ ।

 

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!