ବିର୍ସା ମୁଣ୍ଡାଙ୍କ ଦିଲ୍ଲୀରେ ବିରାଟ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ର ଗୃହମନ୍ତ୍ରୀ

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ, ଦିଲ୍ଲୀରେ ବିରାଟ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ର ଗୃହମନ୍ତ୍ରୀ । ଏହି ଅବସରରରେ ନିଜ ଉଦବୋଧନରେ ବିର୍ସା ମୁଣ୍ଡାଙ୍କୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ବୋଲି କହିଥିଲେ ଅମିତ ଶାହ । ଏଥିସହ ସେ କହିଥିଲେ, ୧୮୭୫ ମସିହାର ମାଧ୍ୟମିକ ଶିକ୍ଷା ଗ୍ରହଣ ବେଳେ ବିର୍ସା ମୁଣ୍ଡା ଧର୍ମାନ୍ତରୀକରଣ ବିରୋଧରେ ସ୍ବର ଉଠାଇଥିଲେ।

ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ବିରାଟ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି । ନୂଆଦିଲ୍ଲୀ ସରାଇ କାଲେ ଖାନ ନିକଟ ବାନସେରା ପାର୍କରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦ ଫୁଟ ଉଚ୍ଚତା ଓ ୩୦୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ପ୍ରତିମୂର୍ତ୍ତି । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଦିଲ୍ଲୀ ବିଜେପି ନିର୍ବାଚନୀ ପ୍ରଭାରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ ।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!