ବେକରେ ଫୁଲମାଳ, ପାଦତଳେ ତୁଳସୀ

ସୋସିଆଲ ମିଡିଆରେ ଜଣେ ନାବାଳକଙ୍କ ବେକରେ ଫୁଲମାଳ ଏବଂ ପାଦତଳେ ତୁଳସୀ ଥିବାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିଜକୁ କଳ୍କୀ ଅବତାର ଦର୍ଶାଇ ପାଦତଳେ ତୁଳସୀ ରଖୁଥିବାରୁ ବିବାଦ ଦେଖାଦେଇଛି। ରାଜଧାନୀର ଏକ ସେବାଶ୍ରମରେ ଥିବା ଏହି କୁନି ବାବାଙ୍କ ନାଁରେ ଭରତପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।

କେବେଠାରୁ ଏହି ସେବାଶ୍ରମ ଚାଲିଛି, କେଉଁମାନେ ଏହି ଆଶ୍ରମ ପରିଚାଳନା କରୁଛନ୍ତି ଏବଂ କିଏ କିଏ ଏଠାକୁ ଯିବାଆସିବା କରନ୍ତି ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। କୁନି ବାବା ନାବାଳକ ହୋଇଥିବାରୁ ଚାଇଲ୍ଡ ଲାଇନ ଓ୍ବେଲ୍ଫେୟାର ଜରିଆରେ ତଦନ୍ତ ହେବ। ଉଭୟ ବାପା-ପୁଅଙ୍କ ନୋଟିସ୍ କରାଯାଇଛି।

ଏହି ଘଟଣାରେ ନିଜ ଆଡୁ ଶିଶୁ ଆୟୋଗ ମାମଲା ରୁଜୁ କରିଛି। ଘଟଣା ସମ୍ପର୍କରେ ଭରତପୁର ଥାନାକୁ ରିପୋର୍ଟ ତଲବ କରିଛି ଆୟୋଗ। ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଘଟଣାର ତଦନ୍ତ କରିବା ପାଇଁଚାଇଲ୍ଡ ଲାଇନ ଓ୍ବେଲ୍ଫେୟାରକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ଏହି କୁନି ଶିଶୁଙ୍କୁ ବାବା କରି ଚୌକିରେ ବସାଇ ପୂଜା କରିବା ନେଇ ଆଶ୍ରମ ଭିତରକୁ କିଛି ଲୋକ ପଶିଯିବାରୁ ଆଶ୍ରମ ସାମ୍ନାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Post Views61 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!