ଆସିଲା ହୁରୁନ୍ ଇଣ୍ଡିଆର ଧନୀ ତାଲିକାର ୨୦୨୩ ରିପୋର୍ଟ । ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅନେକ ପରିବର୍ତ୍ତନ ଆସିଛି । ଏହି ତାଲିକାରେ 278 ନୂଆ ଧନୀ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ଯେଉଁମାନଙ୍କର ଯାହାର ମୋଟ ସମ୍ପତ୍ତି 7,28,200 କୋଟି ଟଙ୍କା । ତେବେ ଚଳିତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀ 8,08,700 କୋଟି ଟଙ୍କା ମୂଲ୍ୟର ଚଳିତ ବର୍ଷର ତାଲିକାରେ ଶୀର୍ଷରେ ରହି ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀଙ୍କୁ ପଛରେ ପକାଇ ଦେଇଛନ୍ତି।
ଏହା ବ୍ୟତୀତ କୁମାର ମଙ୍ଗଲମ ବିର୍ଲା ଏବଂ ନୀରଜ ବଜାଜ୍ ଭାରତର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ଅଛନ୍ତି ।ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୮.୦୮ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଆଦାନୀଙ୍କ ମୋଟ୍ସମ୍ପତ୍ତି ପରିମାଣ ୪.୭୪ ଲକ୍ଷ କୋଟି ରହିଛି । ହିଣ୍ଡେନବର୍ଘ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଆଧାନୀଙ୍କ ନିଟ୍ ସମ୍ପତିରେ ଭହୁ ପରିମାଣରେ ହ୍ରାସ ଘଟିଛି ।


