ଆଦାନୀଙ୍କ ବିରୋଧରେ ଆମେରିକା ଆଣିଲା ୨୬୫ ମିଲିୟନ୍‌ ଡଲାରର ଲାଞ୍ଚ ଅଭିଯୋଗ

ଭାରତର କୋଟିପତି ତଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଉପରେ ଆମେରିକାରେ ଏକ ଗମ୍ଭୀର ଆରୋପ ଲାଗିଛି। ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଆମେରିକା‌ରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍‌ ଡଲାର୍‌ ଲାଞ୍ଚ୍‌ ଦେଇଥିବା ଅଭିଯୋଗ ବି ଆସିଛି ତାଙ୍କ ନାମରେ। ଏହି ମାମଲା ପୂରା ଆଦାନୀ ଗ୍ରୁପ୍‌ କମ୍ପାନି ଏବଂ ଆଦାମୀ ଗ୍ରୁପ୍‌ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନି ସହିତ ଜଡ଼ିତ।

ଆମେରିକାରେ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ କମିସନ (ଏସ୍‌ଇସି) ବୁଧବାର ଦିନ ଏହି ମାମଲାରେ ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରିନ୍‌ ଏନର୍ଜି ଲିମିଟେଡର ଅଧିକାରୀଙ୍କ ସମେତ ଅନ୍ୟ ଏକ କମ୍ପାନି ଏ‌ଜୋୟର୍‌ ପାୱାରା ଗ୍ଲୋବାଲ୍‌ ଲିମିଟେଡ୍‌ର ଅଧିକାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।ରିପୋର୍ଟରେ କୁହାଯାଇଛି ଆଦାନୀ ନିଜ ପୁତୁରା ସାଗରଙ୍କ ସହିତ ଅନ୍ୟ ୭ ଜଣଙ୍କ ସହ ମିଶି ନିଜର ରିନ୍ୟୁଏବଲ୍‌ ଏନର୍ଜି କମ୍ପାନିକୁ କଣ୍ଟ୍ରାକ୍ଟ ଦେବାକୁ ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ମିଲିୟନ୍‌ ଡଲାର ଲାଞ୍ଚ୍‌ ଯାଚିଥିଲେ। ଏହି ଲାଞ୍ଚ୍‌ ୨୦୨୦ ମସିହାରୁ ନେଇ ୨୦୨୪ ଭିତରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ଆଦାନୀ ଗ୍ରୁପ୍‌ ପକ୍ଷରୁ ବି ପ୍ରତିକ୍ରିୟା ପ୍ରକାଶ ପାଇ ସାରିଲାଣି। ବୟାନରେ କୁହାଯାଇଛି କି ‘‘ଆମେରିକାର ନ୍ୟାୟ ବିଭାଗ ଏବଂ ଏସ୍‌ଇସି ଆମ ବୋର୍ଡ ସଦସ୍ୟ ଗୌତମ ଆଦାନୀ ଏବଂ ସାଗର ଆଦାନୀଙ୍କ ନାମରେ ଆମେରିକାର ଜିଲ୍ଲା ଅଦାଲତରେ ଏକ ଅଭିଯୋଗ ଜାରି କରିଛି। ୟୁଏସ୍‌ ‌ଷ୍ଟେଟ୍‌ସ ଡିପାର୍ଡମେଣ୍ଟ୍‌ ଅଫ୍‌ ଜଷ୍ଟିସ୍‌ ଆମ ବୋର୍ଡର ସଦସ୍ୟ ବିନିତ ଜୈନଙ୍କୁ ମଧ୍ୟ ଏଥିରେ ସାମିଲ୍‌ କରିଛି।’’

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!