ଆଜି ଝାଡଖଣ୍ତରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍

ଝାଡ଼ଖଣ୍ଡରେ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ । ୪୧ଟି ବୁଥରେ ମତ ଗ୍ରହଣ କେବଳ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରଖାଯାଇଛି । ଏଥର ମୋଟ ୨୯ ହଜାର ୫୬୨ଟି ପୋଲିଂ ବୁଥ କରାଯାଇଛି । ଗତ ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୪୩ଟି ବିଧାନସଭା ସିଟ୍ ପାଇଁ ଭୋଟଗ୍ରହଣ ହୋଇଥିଲା ।ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୫୨୮ ଜଣ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୪୭୨ ପୁରୁଷ ଥିବାବେଳେ ୫୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ରାଜ୍ୟରେ କ୍ଷମତାସୀନ ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି । ଆସନ୍ତା ୨୩ରେ ଉଭୟ ରାଜ୍ୟରେ ଭୋଟ ଗଣତି ହେବ । ଏବେ ଆସନ୍ତୁ ଦେଖିବା ମହାରାଷ୍ଟ୍ର ଓ ଝାରଖଣ୍ତରେ ନିର୍ବାଚନରେ ଲଢୁଥିବା ହେଭିୱେଟଙ୍କ ଉପରେ ।କୋପରୀ ପଚପୋଖଡିର ଆସନରୁ ଲଢୁଛନ୍ତି ଏକନାଥ ସିନ୍ଦେ, ସାଉଥ-ୱେଷ୍ଟ ନାଗପୁରରୁ ଦେବେନ୍ଦ୍ର ଫଡନାବିସ, ବାରାମତିରୁ ଏନସିପିରୁ ଅଜିତ ପାୱାର, ଓର୍ଲିରୁ ଉଦ୍ଧବ ଠାକରେଙ୍କ ଦଳରୁ ଆଦିତ୍ୟ ଠାକରେ, ଓର୍ଲିଂରୁ ଶିବସେନାରୁ ମିଲିନ୍ଦ ଦେଓରା, ସାକୋଲି ଆସନରୁ ଆଇଏନସିରୁ ନାନା ପାଟୋଲେ ଲଢୁଛନ୍ତି । ଏପଟେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ସଢେଇକେଲାରୁ ବିଜେପିରୁ ଚଂପାଇ ସୋରେନ, ରାଞ୍ଚିରୁ ଜେଏମଏମ ପ୍ରାର୍ଥୀ ମହୁଆ ମାଜୀ, ଗାଣ୍ଡେ ଆସନରୁ ଜେଏମଏମରୁ କଳ୍ପନା ସୋରେନ, ଜାମସେଦପୁର ପଶ୍ଚିମରୁ ବାନ୍ନା ଗୁପ୍ତା ପ୍ରାର୍ଥୀ ହୋଇଛନ୍ତି ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!