ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସୁଜିତ କୁମାର। ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ସୁଜିତ କୁମାର ବିଧାନସଭାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଭରିବା ବେଳେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ, ବିଜେପି ସଭାପତି ମନମୋହନ ସାମଲ ଏବଂ ୩୦ ବିଧାୟକ ଉପସ୍ଥିତ ରହିଥିଲେ। ସୁଜିତଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରାଯାଇଥିଲା।

ସୂଚନାନୁଯାୟୀ, ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ମିଶିଥିଲେ। ଏହାପୂର୍ବରୁ ମମତା ମହନ୍ତ ବିଜେଡି ଛାଡ଼ି ବିଜେପି ଆସିବା ପରେ ଦଳ ତାଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇଥିଲା। ସମାନ ଫମୁର୍ଲାରେ ସୁଜିତଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭା ପଠାଇଛି। ଏପ୍ରିଲ ୨୦୨୬ ଯାଏଁ ସୁଜିତ କୁମାରଙ୍କ କାର୍ଯ୍ୟକାଳ ରହିଛି।୨୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ହେବ। ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି।୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!