ଗିରଫର ୫ ଘଣ୍ଟା ପରେ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ୍

ଗିରଫର ୫ ଘଣ୍ଟା ପରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍। ତେଲେଙ୍ଗାନା ହାଇକୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ପୁଷ୍ପା-୨ର ସ୍କ୍ରନିଙ୍ଗ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟାରେ ମହିଳାଙ୍କ ମୃତ୍ୟୁକୁ ନେଇ ଆଜି ହାଇଦ୍ରାବାଦ ପୁଲିସ ଦ୍ବାରା ଗିରଫ ହୋଇଥିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଏହାପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଘଟଣାର ଶୁଣାଣି କରି ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ଯାହା ପରେ ଅଲ୍ଲୁ ଅର୍ଜୁନ ତେଲେଙ୍ଗାନା ହାଇକୋର୍ଟର ଦ୍ବାରସ୍ଥ ହୋଇ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ। ତେଲେଙ୍ଗାନା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ ସ୍କ୍ରିନିଂ ବେଳେ ଡିସେମ୍ବର ୪ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟା ହୋଇଥିଲା। ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଇଁ ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ତେଲଙ୍ଗାନା ପୁଲିସକୁ ଅବଗତ କରାଯାଇ ନଥିଲା । ଯାହା ଫଳରେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା । ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ ତାଙ୍କର ଆଠ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମହିଳାଙ୍କ ପରିବାରର ଅଭିଯୋଗ ପରେ ପୁଲିସ ଡିସେମ୍ବର ୫ ରେ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!