ଚାଲିଗଲେ ପ୍ରଖ୍ୟାତ ତବଲା ବାଦକ ପଦ୍ମଶୀ ଜାକିର ହୁସେନ୍

ଭାରତ ହରାଇଲା ହୀରା। ସମସ୍ତଙ୍କୁ ଏକା କରି ଚାଲିଗଲେ କିମ୍ବଦନ୍ତୀ ତବଲା ବାଦକ ପଦ୍ମଶ୍ରୀ ଉସ୍ତାଦ ଜାକିର ହୁସେନ। ୭୩ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ଏଇ କିଛି ସମୟ ପୂର୍ବରୁ ତାଙ୍କ ଅସୁସ୍ଥତାର ଖବର ଆସିଥିଲା। ସେ ହୃଦରୋଗ ଜନିତ ସମସ୍ୟା ନେଇ ଆମେରିକାର ସାନ୍‌ ଫ୍ରାନ୍ସସିସ୍‌କୋ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଗତ ସପ୍ତାହେ ହେଲା ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୯ ମାର୍ଚ୍ଚ ୧୯୫୧ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଜାକିର ହୁସେନ। ସେ ତବଲା ବାଦନରେ ସାରା ବିଶ୍ୱରେ ବିଖ୍ୟାତ ଥିଲେ। ତାଙ୍କ ତବଲରା ତାଳରେ ଝୁମୁଥିଲା ଆମେରିକା ଠାରୁ ଆଫ୍ରିକା। ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ତବଲା ବାଦନରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ଜାକିର ହୁସେନ୍‌ଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମ ଶ୍ରୀ ପୁରସ୍କାରରେ ସାମ୍ମାନିତ କରାଯାଇଥିଲା।

ନିକଟ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ୭୩ ବର୍ଷୀୟ ଜାକିର ହୁସେନ୍‌ଙ୍କର ବ୍ଲଡ ପ୍ରେସର ସମସ୍ୟା ରହିଥିଲା। ଗତ ସପ୍ତାହ ଧରି ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ପାଇଁ ତାଙ୍କୁ ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରତୀୟ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ଜାକିର ହୁସେନ୍‌ଙ୍କ ଅନେକ ଅବଦାନ ରହିଛି। ତାଙ୍କ ତବଲାର ତାଳ ସାରା ବିଶ୍ୱରେ ଗୁଞ୍ଜରିତ। କେବଳ ଭାରତ ନୁହେଁ ବିଦେଶରେ ବି ତାଙ୍କର ବହୁ ଅନୁଗାମୀ ରହିଛନ୍ତି।

Post Views107 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!