କୁଏତ୍‌ରେ ଓଡ଼ିଶାର ଗୁଣଗାନ କଲେ ମୋଦି

କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ । କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡ଼ିଶା କଥା ଉଲ୍ଲେଖ କରିଛନ୍ତି ପିଏମ୍ ମୋଦି । ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ପ୍ରବାସୀ ଭାରତୀୟଙ୍କୁ ଆମନ୍ତ୍ରଣ କରିଛନ୍ତି। ହାଲା ମୋଦି କାର୍ଯ୍ୟକ୍ରମରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି ।

ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍ ୨୦୨୫ ଜାନୁଆରୀ ଏଥର ଅନେକ ରାଷ୍ଟ୍ରୀୟ ଉତ୍ସବର ମାସ ହେବାକୁ ଯାଉଛି । ୮ ରୁ ୧୦ ଜାନୁଆରୀ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ। ମୁଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରୁଛି। ଏହି ଯାତ୍ରାରେ ଆପଣ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇପାରିବେ ବୋଲି କହିଛନ୍ତି ମୋଦି। ଏହାପରେ ପ୍ରୟାଗରାଜରେ ମହାକୁମ୍ଭ ଓ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମଧ୍ୟ ସେ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଛନ୍ତି। ଏଥିସହ କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ବୁଲାଇବାକୁ ମଧ୍ୟ କହିଛନ୍ତି ।

Post Views49 Total Count

Apply Now


This will close in 0 seconds

error: Content is protected !!