ତେଲେଙ୍ଗାନା ରାଜନୀତିରେ ପୁଷ୍ପା, କଂଗ୍ରେସ ବିଜେପି ମୁହାଁମୁହିଁ

ଦିନ ଅଲ୍ଲୁ ଅର୍ଜୁନ ଜାଣିଥିଲେ ହଲ୍ ବାହାରେ ଦଳାଚକଟାରେ ଯାଇଛି ଜଣଙ୍କ ଜୀବନ । ଏହା ପରେ ବି କାର୍‌ରୁ ବାହାରି ହାତ ହଲେଇ ଲୋକଙ୍କୁ ଉସୁକାଇଥିଲେ । କିଛି ଏଭଳି ବଡ଼ ଓ ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ତା ପୁଣି ବିଧାନସଭା ଭିତରେ ସନ୍ଧ୍ୟା ଥିଏଟରକୁ ଆସିବାକୁ ଗତ ୨ ତାରିଖ ଦିନ ଅନୁମତି ମଗାଯାଇଥିଲା।

ହେଲେ ସଂଧ୍ୟା ଥିଏଟରରେ ଗୋଟିଏ ଗେଟ୍ ଥିବାରୁ ବାରଣ କରିଥିଲା ପୋଲିସ୍ । ତଥାପି ୪ ତାରିଖ ରାତିରେ ଅଲ୍ଲୁ ସେଠି ପହଞ୍ଚିଥିଲେ । ଖାଲି ସେତିକି ନୁହେଁ କାର୍‌ର ସନରୁଫରୁ ବାହାରି ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ଯାହା ଭିଡ଼କୁ ଅଧିକ ପ୍ରଭାବିତ କରିଥିଲା । ହଲ୍ ଭିତରେ ପୁରା ଫିଲ୍ମ ଦେଖିବାକୁ ବସିଥିଲେ ।

ସେପଟେ ଅଲ୍ଲୁଙ୍କ ଘର ଭଙ୍ଗାରୁଜା ଘଟଣାରେ ତେଲେଙ୍ଗାନା କଂଗ୍ରେସର ଲିଙ୍କ ଆସିବା ପରେ ରାଜନୀତି ଜୋର ଧରିଛି । କଂଗ୍ରେସର କହିବା କଥା ଗିରଫ ହୋଇଥିବା କଂଗ୍ରେସ କର୍ମୀ ପୂର୍ବରୁ ବି.ଆର.ଏସର ଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ ଭଲ ସମ୍ପର୍କ ଥିବା ଅଭିଯୋଗ କରିଛି କଂଗ୍ରେସ ।
ଏ ନେଇ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଜେପି କହିଛି କଂଗ୍ରେସ ଜାଣିଶୁଣି କରିଛି । ନିର୍ବାଚନ ସମୟରେ ଅଲ୍ଲୁ କଂଗ୍ରେସ ପାଇଁ ପ୍ରଚାର କରିବାକୁ ମନା କରିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବିଜେପି କହିଛି । ଘଟଣାରେ ତେଲେଙ୍ଗାନା ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ କଂଗ୍ରେସ କର୍ମୀ ରହିଛନ୍ତି ।

Post Views20 Total Count

Apply Now


This will close in 0 seconds

error: Content is protected !!