ମହାକୁମ୍ଭ ମେଳାରେ ସ୍ୱଚ୍ଛତା ବାର୍ତ୍ତା

 

ମହାକୁମ୍ଭ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ସାଧୁସନ୍ଥମାନେ ଆସି ଯୋଗଦେବେ । ତେବେ ମହାକୁମ୍ଭ ୨୦୨୫କୁ ଆରାମଦାୟକ ଓ ସ୍ମରଣୀୟ କରି ରଖିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥର ଲକ୍ଷ୍ୟ ରହିଛି ମହାକୁମ୍ଭ ସ୍ଥଳକୁ ସଫାସୁତୁରା ଓ ସ୍ୱାସ୍ଥ୍ୟକର କରାଯିବ । ମେଳା ସମୟରେ ମାସାଧିକ କାଳ ଏହି ସ୍ଥାନରେ ମଶାମାଛି ଉଡିବେନି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଦିଆଯାଇଛି । ଆସନ୍ତା ମାସ ୧୩ ତାରିଖରୁ ଆରମ୍ଭ ହେଉଥିବା ଏହି ଭବ୍ୟ ମେଳାରେ ଏଥର ଦେଖିବାକୁ ମିଳିବନି ମଶା, ମାଛି ଓ ଡାଆଁସ ।

ଏହି ନୂଆ ବ୍ୟବସ୍ଥାରେ ସ୍ୱୟଂଚାଳିତ ମିଷ୍ଟ ବ୍ଲୋୟର୍ ମେସିନ ସବୁ ଲଗାଯିବ । କଲ୍ ପାଇବାର ୩୦ ମିନିଟ ଭିତରେ ମହାକୁମ୍ଭ ମେଳା ଅଞ୍ଚଳରେ ମଶାମାଛିଙ୍କୁ ତଡାଯିବାର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁମାନଙ୍କୁ ସ୍ୱାସ୍ଥ୍ୟକର ପରିବେଶରେ ରଖାଯିବ । କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ ।  ଏହି ଆଧୁନିକ ମେସିନ ଗୁଡିକ କ୍ୟାମ୍ପର ପରିବେଶକୁ ମୋଟାମୋଟି ଭାବେ ଭଲ ରଖିବା ସହ ସ୍ୱାସ୍ଥ୍ୟକର ପରିବେଶର ସୁଖଦ ଅନୁଭୂତି ଦେବ । ମେଳା ସରିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ରହିବ ।

Post Views20 Total Count

Apply Now


This will close in 0 seconds

error: Content is protected !!