ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଅନ୍ତରୀଣ ଜାମିନ୍

ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଶ୍ବସ୍ଥି। ସ୍ବାସ୍ଥ୍ୟଗତ ସମସ୍ୟା ଆଧାରରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ପ୍ରଦାନ କରିଛନ୍ତି ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍। ଏହି ସମୟରେ ସେ ନିଜର ଅନୁଗାମୀଙ୍କୁ ସାମୁହିକ ଭାବରେ ଭେଟିପାରିବେନି। କେବଳ ସେତିକି ନୁହେଁ ମାମଲା ସମ୍ପର୍କିତ କୌଣସି ପ୍ରମାଣ ନଷ୍ଟ ନକରିବାକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ମେଡିକାଲ ଆଧାରରେ ଆଶାରାମ ବାପୁଙ୍କୁ ଆଶ୍ବସ୍ଥି। ୨୦୧୩ ଦୁଷ୍କର୍ମ ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ କିଛି ସର୍ତ୍ତ ସହ ଦେଇଛନ୍ତି ବେଲ୍। ଏହି ସମୟ ମଧ୍ୟରେ ସେ ନିଜର ଅନୁଗାମୀଙ୍କୁ ସାମୁହିକ ଭାବରେ ଭେଟିପାରିବେ ନାହିଁ। ଏହା ସହ ମାମଲା ସମ୍ପର୍କିତ କୌଣସି ପ୍ରମାଣ ନଷ୍ଟ କରିବାର ଚେଷ୍ଟା ନକରିବାକୁ ତାଗିଦ୍ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ଏହି ସମୟ ମଧ୍ୟରେ ଆଶାରାମଙ୍କ ସହ ତିନିଜଣ ପୋଲିସ କର୍ମଚାରୀଙ୍କୁ ମୁତୟନ ରହିବେ। ଆଶାରାମଙ୍କ ଓକିଲଙ୍କ କହିବା ମୁତାବକ, ସେ ଜଣେ ହୃଦ୍ ରୋଗୀ। ତାଙ୍କୁ ପୂର୍ବରୁ ହୃଦ୍‌ଘାତ ହୋଇସାରିଛି। ସୁପ୍ରିମକୋର୍ଟ ଆଶାରାମଙ୍କୁ ହାର୍ଟ ଚିକିତ୍ସା ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜୋଧପୁର ସେଣ୍ଟ୍ରାଲ ଜେଲ୍‌ରୁ ଭଗତ କି କୋଠିରେ ତିଆରି ଆରୋଗ୍ୟ ଚିକିତ୍ସା କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ମେଡିକାଲ ଗ୍ରାଉଣ୍ଡରେ ଜାମିନ ପ୍ରଦାନ ସମୟରେ ପୁଲିସକୁ ତାଙ୍କ ସହ ରହିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ତାଙ୍କର ହୃଦଘାତ ଯୋଗୁଁ ତାଙ୍କୁ ପୁଣେରେ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଯୋଦ୍ଧପୁରର ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। । ଗୁଜରାଟ ଦୁଷ୍କର୍ମ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି। ଯେଉଁଥିରେ ସେ ଆଜୀବନ ସଜା କାଟୁଛନ୍ତି। ୨୦୧୩ ଦୁଷ୍କର୍ମ ମାମଲାରେ ୨୦୨୩ରେ ଆଶାରାମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲା ଜଣେ ମହିଳା ରୁଜୁ କରିଥିଲେ। ଯିଏକି ଗାନ୍ଧୀନଗରରେ ତାଙ୍କ ଆଶ୍ରମରେ ରହୁଥିଲେ। ସେଭଳି ରାଜସ୍ଥାନର ଆଉ ଏକ ଦୁଷ୍କର୍ମ ମାମଲାରେ ସେ ଯୋଦ୍ଧପୁର ଜେଲ୍‌ରେ ସଜା କାଟୁଛନ୍ତି । ୨୦୧୩ ରେ ଆଶାରାମ ଯୋଦ୍ଧପୁରର ଆଶ୍ରମ‌ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

Post Views5 Total Count

Apply Now


This will close in 0 seconds

error: Content is protected !!