ଆଲୋଚନା ହେଉଛି ଦଳୀୟ ସାଂଗଠନିକ ପଦପଦବୀରେ ରହିବା ପାଇଁ ନେତା ନେତାଙ୍କ ଭିତରେ ଛକାପଞ୍ଝା ଚାଲିଛି। ଭିନ୍ନ ଭିନ୍ନ ଗୋଷ୍ଠି କରି ଏକାଠି ହେଉଛନ୍ତି ନେତା। ତେବେ ବିଜେଡି ନେତା ଗଣେଶ୍ୱର ବେହେରା କହିଛନ୍ତି, ସାଂଗଠନିକ ନିର୍ବାଚନ ପରେ କମିଟି ଗଠନ ଖୁବଶୀଘ୍ର ହେବ ।

ରାଜ୍ୟ ସ୍ତରୀୟ କମିଟିକୁ ଛାଡି ମହିଳା, ଯୁବ ଓ ଛାତ୍ର ସଭାପତି କିଏ ହେବ ତାକୁ ନେଇ ବିଜେଡିରେ ଜୋରଦାର ଲବି ଆରମ୍ବ ହୋଇଗଲାଣି । କିଏ କ୍ଷମତା କେନ୍ଦ୍ରକୁ ଧରି ତ ଆଉ କିଏ ପୁରୁଣା କାର୍ପଟଦାର ଗୋଷ୍ଠୀଙ୍କୁ ଧରି  ଲବି ଚଳାଇଛନ୍ତି । ମହିଳା ସଭାପତି ରେସରେ ସ୍ନେହାଙ୍ଗିନି ଛୁରିଆ, ଲତିକା ପ୍ରଧାନ ଓ ଟୁକୁନି ସାହୁ ଥିବା ବେଳେ ଯୁବ ସଭାପତି ଦୌଡରେ ଚିନ୍ମୟ ସାହୁ, ଦେବୀ ରଞ୍ଜନ ତ୍ରୀପାଠି, ରୁଦ୍ର ମହାରଥୀ ଓ ବିଧାୟକ ବିଶ୍ୱ ମଲ୍ଲିକ ଅଛନ୍ତି । ସେପଟେ ଛାତ୍ର ସଭାପତି ପଦ ପାଇଁ ରାଜେଶ ରାଜ ସ୍ୱାଇଁ ଓ ହରିଶଙ୍କର ରାଉତ ଜୋରଦାର ଲବି କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସ ପୂର୍ବରୁ ଦଳର ସାଂଗଠନିକ ନିର୍ବାଚନ ପ୍ରକିୟା ସରିବ । ତାପରେ ଦଳର ବିଭିନ୍ନ କମିଟି ଘୋଷଣା କରାଯିବ । ତେବେ ସମସ୍ତଙ୍କୁ ସାଙ୍ଗରେ ନେଇ ଦଳୀୟ ନିର୍ବାଚନ ସାରିବା ଓ କମିଟି ଗଠନ କରିବା ନବୀନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।