କଟକ ସହରରେ କର୍ଫ୍ୟୁ କୋହଳ, ସହରରେ ସ୍ଥିତି ସ୍ବାଭାବିକ

କଟକ ସହରରେ କର୍ଫ୍ୟୁ କୋହଳ । ପରବର୍ତ୍ତୀ ନିର୍ଦ୍ଦେଶ ଆସିନଥିବାରୁ କର୍ଫ୍ୟୁ କୋହଳ କରାଯାଇଛି । ସହରରେ ସ୍ଥିତି ସ୍ବାଭାବିକ ରହିଛି । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ରହିଥିଲା । ପରବର୍ତ୍ତୀ ନିର୍ଦ୍ଦେଶ ଆସିନଥିବାରୁ ଏବେ କଟକଣା କୋହଳ କରାଯାଇଛି । ଫଳରେ କଟକ ସହରରେ ଜୀବନଯାତ୍ରା ସ୍ବାଭାବିକ ହୋଇଛି । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ ।

ତେବେ କିଛି ସ୍ଥାନରେ ରାସ୍ତା କଡ଼ରେ ଥିବା ଦୋକାନ ଖୋଲା ଥିଲା । ଜରୁରୀ ସେବା ପାଇଁ ପରିଚୟପତ୍ର ଯାଞ୍ଚ କରି ଛଡ଼ାଯାଉଥିଲା । ବିଶୃଙ୍ଖଳା ଘଟଣା ପରେ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଥିଲା । ଘଟଣାରେ ୩ଟି ମାମଲା ରୁଜୁ କରି ୮ଜଣଙ୍କୁ ଗିରଫ କରାଯାଇଥିଲା । କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଥିଲା ଓଡ଼ିଶା ପୋଲିସ

Post Views4 Total Count

Apply Now


This will close in 0 seconds

error: Content is protected !!