ତଲସରା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ବିସ୍ପୋରକ ବୟାନ

ବିଜେଡିକୁ ନେତୃତ୍ବ ଏବେ ସ୍ଥାଣୁ । ଦଳର ନେତା ଆଗଭଳି ନାହାନ୍ତି । ଦଳର ଭବିଷ୍ୟତ ନାହିଁ । ମୋତେ ଲଲିପପ ଧରାଇଦେଲେ । ଏବେ ମୁଁ କ’ଣ କରିବି ନକରିବି ଅଲଗା କଥା। ହେଲେ ବିଜେଡି କାମକୁ ନେଇ ମୁଁ ଅସନ୍ତୁଷ୍ଟ। ଆଦିବାସୀ ନେତା ତଥା ତଲସରା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ବିସ୍ପୋରକ ବୟାନ। ବିଜେଡି ଦଳ ବୋଲି କିଛି ନାହିଁ। କର୍ମୀଙ୍କ କଥା ନେତା ଶୁଣୁ ନହାନ୍ତି। ଦେଖା କରିବାକୁ କି କଥା ହେବାକୁ ହେଲେ ନେତା ଫୋନ ଉଠାଉନାହାନ୍ତି। ନବୀନ ଆଉ ଆଗଭଳି ଆକ୍ଟିଭ ନାହାନ୍ତି। ଦଳକୁ ଅନ୍ୟଜଣକୁ ଦେଇଦେଇଛନ୍ତି। ଜଣେ ଅଣ ଓଡିଆକୁ ଦେଇ ସେ କିଛି ଭଲ କଲେନି। ତେଣୁ ଦଳ ଧ୍ବସଂ ହେବା ଥୟ। ଦୀର୍ଘ ଦିନର ଅସନ୍ତୋଷକୁ ଝାଡିଛନ୍ତି କଂଗ୍ରେସରୁ ଯାଇ ବିଜେଡିରେ ମିଶିଥିବା ନେତା ପ୍ରଫୁଲ୍ଲ ମାଝୀ। ଦଳରେ ତାଙ୍କୁ ଅଣଦେଖା କରିବା ଟିକେଟ ନ ମିଳିବା ପ୍ରଫୁଲ୍ଲଙ୍କୁ ବହୁ ଜୋରରେ ବାଧିଛି। ତେଣୁ ଆଗକୁ ଦେଖିବା କ’ଣ ହେଉଛି କହି ନିଜକୁ ନିଜେ ଅଶ୍ବାସନା ଦେଉଛନ୍ତି।

ପିସିସି ସଭାପତି ମଙ୍ଗ ଧରିବା ପରେ ଭକ୍ତ ଦାସ ଦଳ ଛାଡିଥିବା ନେତାଙ୍କୁ ପୁଣି ଫେରି ଆସିବାକୁ ଆହ୍ବାନ ଦେଇଛନ୍ତି। ତେଣୁ ଭକ୍ତ ଜଣେ ଅନୁଭବୀ ନେତା ,ସମସ୍ତଙ୍କୁ ଏକାଠୀ ନେଇ କାମ କରିବାକୁ ଚାହିଁଛନ୍ତି । କଂଗ୍ରେସର ଭବିଷ୍ୟତରେ ଭଲ ବୋଲି ପ୍ରଫୁଲ୍ଲ କହି ପରୋକ୍ଷରେ ବିଜେଡି ଛାଡିବା ନେଇ ବି ସଙ୍କେତ ଦେଇଛନ୍ତି।

Post Views19 Total Count

Apply Now


This will close in 0 seconds

error: Content is protected !!