ଗୋପାଳପୁରରେ ହେବ ଗ୍ରୀନ୍‌ ଆମୋନିଆ ପ୍ଲାଣ୍ଟ

ଗ୍ରୀଡ୍କୋ ବିଦ୍ୟୁତ୍ ନିୟାମକ ଆୟୋଗ ଗ୍ରୀନ୍ ଏନର୍ଜି ଓପନ ଆକ୍ସେସ୍ ରେଗୁଲେଶନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ୍ ଏଚ୍ ୨ ପ୍ରାଇଭେଟ୍ ଲିମିଟେଡ୍୍ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ୨୫ ବର୍ଷ ପାଇଁ ଗଞ୍ଜାମର ଗୋପାଳପୁରରେ ବାର୍ଷିକ ୦.୫ ମେଟ୍ରିକ ଟନ୍ ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପାଇଁ ୩୦୦ ମେଗାୱାଟର ସବୁଜ ପାୱାର ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରିବ। ଆସନ୍ତା ୨୫ ବର୍ଷ ପାଇଁ ଏହି ଚୁକ୍ତି ବୈଧ ରହିବ।

ବୁଝାମଣାପତ୍ର ସ୍ବାକ୍ଷର ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ବର୍ତ୍ତମାନ ସୁଦ୍ଧା, ରାଜ୍ୟରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ୨୨,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସହିତ ୧୪ଟି ସବୁଜ ହାଇଡ୍ରୋଜେନ/ଆମୋନିଆ ପ୍ରକଳ୍ପକୁ ଅନୁମୋଦନ କରିଛୁ। ରାଜ୍ୟରେ ସବୁଜ ହାଇଡ୍ରୋଜେନ ଏବଂ ଆମୋନିଆ ଶିଳ୍ପ ପ୍ରତିଷ୍ଠାରେ ଏହା ଏକ ଐତିହାସିକ ଘଟଣା। ଜଳ ବ୍ୟତୀତ ସବୁଜ ହାଇଡ୍ରୋଜେନ ଏବଂ ଆମୋନିଆ ଉତ୍ପାଦନ ପାଇଁ ନବୀକରଣୀୟ ଶକ୍ତି ହେଉଛି ମୁଖ୍ୟ ଉପାଦାନ।

ରାଜ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଓଡ଼ିଶା ସମସ୍ତ ସୁଯୋଗ ଏବଂ ପ୍ରୋତ୍ସାହନ ଯୋଗାଇଦେଉଛି । ଯେହେତୁ ଅକ୍ଷୟ ଶକ୍ତି ବିଦ୍ୟୁତ୍ ଉତ୍ପାଦନ ଅସ୍ଥିର, ଆମେ ସବୁଜ ଶକ୍ତିର ବ୍ୟାଙ୍କିଙ୍ଗ୍ ପାଇଁ ବ୍ୟବସ୍ଥା ସୃଷ୍ଟି କରିଛୁ, ଯାହା ସବୁଜ ହାଇଡ୍ରୋଜେନ ଏବଂ ଆମୋନିଆ ଡେଭଲପରମାନଙ୍କୁ ୨୪ ଘଣ୍ଟା ସବୁଜ ଶକ୍ତି ଯୋଗାଇବ ।

Post Views4 Total Count

Apply Now


This will close in 0 seconds

error: Content is protected !!