ପ୍ରଭୁ ଶ୍ରୀପୁଅ ସହ ରାମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରିବାର ସହ ଯାଇ ରାମଲାଲାଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ଦିରରେ ଆଳତି କରିବା ସହ ପ୍ରଭୁଙ୍କ ଭବ୍ୟ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପରିବାର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବା ସହ ଓଡ଼ିଶା ଓ ଦେଶର ଉନ୍ନତି କାମନା କରି ପୂଜାର୍ଚ୍ଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଏଥି ସହିତ ତାଙ୍କର ପରିବାର ଲୋକେ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ତ୍ରିବେଣୀ ସଂଗମରେ ଗଂଗା ଆରତୀ କରିଛନ୍ତି ଶ୍ରୀ ମାଝୀ ।

ଉତ୍ତର ପ୍ରଦେଶ ଗସ୍ତର ପ୍ରଥମ ଦିନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶ୍ରୀ ମାଝୀ । ଉତ୍ତର ପ୍ରଦେଶ ୩ ଦିନ ଗସ୍ତରେ ଅଛନ୍ତି ଶ୍ରୀ ମାଝୀ ।

Post Views4 Total Count

Apply Now


This will close in 0 seconds

error: Content is protected !!