ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପରଲୋକ । ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଶ୍ରୀରାଧା କବିତା ସଂକଳନ ପାଇଁ ସେ ଥିଲେ ପରିଚିତ । ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ ରଥ । ସେ ଥିଲେ ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି । ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବା ଯୋଗଦେଇଥିଲେ ।
୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥିଲେ । ଏହି ସମୟରେ ତାଙ୍କର କେତେ ଦିନର , ସନ୍ଦିଗ୍ଧ ମୃଗୟା , ସପ୍ତମ ରତୁ , ସଚିତ୍ର ଅନ୍ଧାର , ଶ୍ରୀରାଧା ଏବଂ ଶ୍ରେଷ୍ଠ କବିତା ନାମରେ ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା ।

