୩ବର୍ଷରେ  ୨୭ ଜିଲାରେ ରୁଜୁ ହୋଇନାହିଁ ବାଲି ଚୋରି ମାମଲା

କଟକ, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ବାଲେଶ୍ୱର ଆଦି ଜିଲାରେ ବାଲି ଚୋରି ପ୍ରବଳ ମାତ୍ରାରେ ଚାଲିଛି। ଏହାକୁ ନେଇ ଅଧିକାଂଶ ସମୟରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ହେଲେ କାଗଜପତ୍ରରେ ଏସବୁ ଦେଖିବାକୁ ମିଳୁନାହିଁ।

କେଉଁଠି ବାଲି ମାଫିଆ ସରକାରୀ ଅଧିକାରୀଙ୍କ ସହ ସଲାସୁତୁରା କରି ବେପାର ଅନାୟସରେ ଚଳାଉଛନ୍ତି ତ ଆଉ କେଉଁଠି ଅଫିସରଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି। ତେବେ କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀକୁ ବାଦ୍‌ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ବର୍ଷରେ ବାକି ୨୭ ଜିଲାରେ ରୁଜୁ ହୋଇନାହିଁ। ବିଧାନସଭାରେ ଏଭଳି ତଥ୍ୟ ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ସଦସ୍ୟ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜେନା ଦର୍ଶାଇଛନ୍ତି, ଗତ ୩ବର୍ଷ ମଧ୍ୟରେ କେବଳ ମୟୂରଭଞ୍ଜରେ ବାଲି ଚୋରି ସଂକ୍ରାନ୍ତରେ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। କେନ୍ଦୁଝରରେ ଗତବର୍ଷ ୫ଟି ଏବଂ ପୁରୀରେ ଗୋଟିଏ ମାମଲା ରୁଜୁ ହୋଇଛି। ତେବେ ମୟୂରଭଞ୍ଜରେ ୨୦୨୧-୨୨ରେ ୧୨୫ଟି ମାମଲା ରୁଜୁ ହୋଇଥିବାବେଳେ ୧୨୮ଜଣ ଗିରଫ ହୋଇଥିଲେ ଏବଂ ୧୩୯ ଯନ୍ତ୍ରାଂଶ ଜବତ ହୋଇଥିଲା।

ସେହିପରି ୨୦୨୨-୨୩ରେ ୧୭୫ଟି ମାମଲା ରୁଜୁ ହୋଇଥିବାବେଳେ ୧୬୧ଜଣ ଗିରଫ ଏବଂ ୨୦୫ ଯନ୍ତ୍ରାଂଶ ଜବତ ହୋଇଥିଲା। ୨୦୨୩-୨୪ ଆର୍ଥତ୍କ ବର୍ଷରେ ମାମଲା ସଂଖ୍ୟା ବଢ଼ି ୨୦୫ରେ ପହଞ୍ଚିଥିବାବେଳେ ୨୭୮ ଜଣ ଗିରଫ ହୋଇଥିଲେ ଏବଂ ୩୧୨ଟି ଯନ୍ତ୍ରାଂଶ ଜବତ ହୋଇଥିଲା।

Post Views5 Total Count

Apply Now


This will close in 0 seconds

error: Content is protected !!