ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସୌଜନ୍ୟମୂଳକ ସାକ୍ଷାତ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌, ଛତିଶଗଡ଼ ରାଜ୍ୟପାଳ ରମଣ ସିଂ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଲୋକ ସେବା ଭବନରେ ମୋହନ ମାଝୀଙ୍କ ସହ ସାକ୍ଷାତ କରିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନସଭା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯାଇ ମୋହନ ମାଝୀଙ୍କ ସହ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହିମନ୍ତ କହିଛନ୍ତି, ଭାଜପା ରାଜ୍ୟରେ ଯେଉଁଭଳି ଭାବେ କାମ କରୁଛି, ଓଡ଼ିଶାରେ ୫୦ ବର୍ଷ ଯାଏଁ ଭାଜପା ସରକାର ରହିବ।

ଆଉ କାହାକୁ ସୁଯୋଗ ମିଳିବନାହିଁ। ଲୋକମାନେ ମଧ୍ୟ ଆଉ କାହା କଥା ଭାବିବେନାହିଁ। ବିଧାନସଭାରେ ଛତିଶଗଡ଼ ରାଜ୍ୟପାଳ ରମଣ ସିଂ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଛନ୍ତି।

Post Views59 Total Count

Apply Now


This will close in 0 seconds

error: Content is protected !!