ଓଡ଼ିଶା ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପାଣ୍ଡିଆନ

ଓଡ଼ିଶା ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପୂର୍ବତନ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଗତକାଲି ରାତି ପ୍ରାୟ ସାଢେ ୧୨ଟାରୁ ଗୋଟାଏ ମଧ୍ୟରେ ଦୁଇ ଜଣଯାକ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି । ଉଭୟ ଭୁବନେଶ୍ବର ବିମାନ ବନ୍ଦରରେ ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

ଦୁହେଁ ଏକାଠି ବିମାନରେ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି। ଗତକାଲି କୋଏମ୍ବାଟୁର ଏୟାରପୋର୍ଟରେ ଏହି ଦୁଇଜଣଙ୍କୁ ଦେଖିବାକୁ ମିଳିଥିଲା । ଉଭୟ ନବୀନ ଓ ପାଣ୍ଡିଆନ୍ ତାମିଲନାଡୁର କୋଏମ୍ବାଟୁର ବିମାନ ବନ୍ଦରକୁ ପ୍ରବେଶ କରୁଥିବାବେଳେ ତାଙ୍କୁ ଦେଖି ଜଣେ ଓଡ଼ିଆ ବ୍ୟକ୍ତି ମୋବାଇଲ୍ ରେ ଭିଡିଓ ଉତ୍ତୋଳନ କରିଥିଲେ। କେରଳ ନମ୍ବର ଥିବା ଏକ ଗାଡ଼ିରୁ ଓହ୍ଲାଇ ନବୀନ-ପାଣ୍ଡିଆନ୍ କୋଏମ୍ବାଟୁର ଏୟାରପୋର୍ଟକୁ ପ୍ରବେଶ କରିଥିଲେ। ନବୀନ କେଉଁ ଉଦ୍ଦେଶ୍ୟରେ ପାଣ୍ଡିଆନଙ୍କ ସହ କୋଏମ୍ବାଟୁର ଯାଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏନେଇ ବିଜେଡି ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ କରାଯାଇନି ।

Post Views5 Total Count

Apply Now


This will close in 0 seconds

error: Content is protected !!