ଏପ୍ରିଲ ୨୫ରୁ ସବୁ ସ୍କୁଲ ଛୁଟି

ଏପ୍ରିଲ ୨୫ରୁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଘରୋଇ ଓ ସରକାରୀ ସ୍କୁଲ ପାଇଁ ଏପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କଲେ ସରକାର । ଏହାସହ ୨୨ରୁ ୨୪ଯାଏଁ ସବୁ ସ୍କୁଲ ସକାଳୁଆ ହେବ ।

ଏହି ସମୟରେ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ପାଠ ପଢା ହେବ ।ଏହା ପୂର୍ବରୁ ମଧ୍ୟ ପ୍ରବଳ ଖରା ଯୋଗୁଁ ସମସ୍ତ ସ୍କୁଲ ପାଇଁ ଏପ୍ରିଲ ୧୮ରୁ ୨୦ ଯାଏଁ ଛୁଟିି ଘୋଷଣା କରିଥିଲେ । ଏହି ସମୟରେ ପିଲାଙ୍କର ଅନଲାଇନ୍ ପଢା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

କିନ୍ତୁ ଏବେ ରାଜ୍ୟରେ ଖରାର ପ୍ରକୋପ ବଢୁଥିବାରୁ ସମସ୍ତ ସ୍କୁଲ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ସରକାର ।

Post Views84 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!