ଜନସେବା ମୋର ପ୍ରଥମ କର୍ତ୍ତବ୍ୟ : କେ.ଅନୀଲ କୁମାର

ବ୍ରହ୍ମପୁର ବିଧାନସଭା ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି  ନୂତନ ଭାବେ ବଜେପିରେ ସାମିଲ ହୋଇଥିବା କେ. ଅନୀଲ କୁମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାମ ନେଇ  ଭୋଟରଙ୍କ ପାଖକୁ ଯିବେ ଅନୀଲ  କୁମାର । ଏଥର ଏହି ସିଟରେ ହେବ କଡା ଟକ୍କର। ଅର୍ଥାତ୍ ଲଢେଇ ହେବ ୫ଥରର ବିଧାୟକ ତଥା ପୋଖତ ରାଜନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ବିଜେପିର କେ. ଅନୀଲ କୁମାରଙ୍କ ମଧ୍ୟରେ ।

୧୯୯୫ରେ ଥରେ ବିଜୁ ଜନତା ଦଳକୁ ମିଶାଇ ଏଇଠୁ ଲଗାତର ପାଞ୍ଚ ଥର ବିଜୟୀ ହୋଇଥିବା ଭେଟରାନ୍ ଚେହେରା ରମେଶ ଚ୍ୟାଉପଟ୍ଟନାୟକଙ୍କୁ ଟକ୍କର ଦେବେ ବିଜେପିର କେ. ଅନୀଲ କୁମାର । ଦୀର୍ଘ ୨୦ ବର୍ଷ ଧରି ରାଜନୀତି କରୁଛନ୍ତି କେ. ଅନୀଲ କୁମାର ।  ଅନୀଲ ଦୀର୍ଘ ୫ ବର୍ଷ ଧରି ଚ୍ୟାଉପଟ୍ଟନାୟକଙ୍କର ପ୍ରତିନିଧି ରହିଥିଲେ । କେ.ଅନୀଲ କୁମାର ୨୦୦୩-୦୪ରେ ବ୍ରହ୍ମପୁର କାଉନସିଲର ଏବଂ ୨୦୦୭-୦୮ରେ କର୍ପୋରେଟର ହୋଇଥିଲେ। ଏବଂ ୨୦୧୪-୧୯ ଯାଏ ବିଧାୟକ ରହିଥିବା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ପ୍ରତିନିଧି ଭାବେ କାମ କରିଥିଲେ । ଏପରିକି ୨୦୧୯ରେ ବିଧାୟକ ବଦଳିବା ପରେ ମଧ୍ୟ ଶୃଙ୍ଖଳିତ କର୍ମୀ ଭାବେ କାମ କରିଥିଲେ। ପରବର୍ତ୍ତୀ ସମୟରେ ବିଜେଡିର ଜଣେ ଜଣାଶୁଣା ନେତା ଭାବେ ପରିଚିତ ଥିଲେ ।

କିନ୍ତୁ ଦଳରେ ଅଣଦେଖା ଅଭିଯୋଗ କରି ରାଜନାଥ ସିଂଙ୍କ ବ୍ରହ୍ମପୁର ଗସ୍ତ ସମୟରେ ବିଜେପିରେ ସାମିଲ ହୋଇଥିଲେ । ଆଉ ଏବେ ସେ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ । ଦଳ ପାଇଁ କାହା ସହିତ ମଧ୍ୟ ଲଢ଼େଇ ପାଇଁ ପ୍ରସ୍ତୁତ ଓ ହାର ଜିତ୍‌ କଥା ସହରବାସୀଙ୍କ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି କେ.ଅନୀଲ କୁମାର ।ସେ ଆଉ ମଧୟ କହିଛନ୍ତି ସମସ୍ତେ କହୁଛନ୍ତି ରମେଶ ଚ୍ୟାଉପଟ୍ଟନାୟକ ଏବ୍‌ ମୁଁ ଗୁରୁ- ଶିଷ୍ୟ ତାହା କେବେ ନୁହେଁ  । ସେ କେବେ ମୋର ଗୁରୁ ନଥିଲେ ।

ଏବେ ପ୍ରଚାର ଆରମ୍ଭ କରିବା ସହ ଲୋକଙ୍କୁ ବିକାଶର ପ୍ରତିଶ୍ରୁତି ଦେଉଛନ୍ତି । ବ୍ରହ୍ମପୁରରେ ବିଭିନ୍ନ ସମସ୍ୟା ଅଛି , ସେ ବେଶି ଗୁରୁତ୍ବ ଦେବେ ଟ୍ରାଫିକ ଓ ଡାକ୍ତରଖାନା ସମସ୍ୟା ଉପରେ ବୋଲି କହିଛନ୍ତି । ଏହାସହ ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି ଯେ ଯେଉଁ ପ୍ରାର୍ଥୀଙ୍କର ଭିଜନ ଅଛି ତାଙ୍କୁ ଭୋଟ ଦିଅନ୍ତୁ  ।ବିଧାୟକ ଟିକେଟରେ ଅନୀଲ କୁମାର ପ୍ରଥମଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଦେଖାଯାଉ ଲଢେଇ କେମିତି ହେଉଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!