ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା । ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି । ତେବେ ଦଳ ଛାଡ଼ିବାର କାରଣ ଉଲ୍ଲେଖ କରିନାହାନ୍ତି । ବରଂ ଦୀର୍ଘ ୨୫ ବର୍ଷ କାଳ କଂଗ୍ରେସରେ ରହି ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।
ନୂଆପଡା ଜିଲ୍ଲା ଖଡ଼ିଆଳରୁ ୨୦୧୯ରେ ପ୍ରଥମ କରି ବିଧାୟକ ହୋଇଥିଲେ ଅଧିରାଜ ପାଣିଗ୍ରାହୀ । ପ୍ରଥମ ଥର ପାଇଁ ସେ କଂଗ୍ରେସରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ ।


