ଓଡ଼ିଶାକୁ ବିଶ୍ୱସ୍ତରୀୟ କ୍ରିକେଟ୍ କୋଚିଂରେ ପରିଣତ ହେବ: ରବି ଶାସ୍ତ୍ରୀ

କଟକରେ ଥିବା ଏମଜିଏମ ସ୍କୁଲ୍ ଅଫ୍ ସ୍ପୋର୍ଟସ୍ ଭାରତର ଅଗ୍ରଣୀ କ୍ରିକେଟ୍ କୋଚିଂ ଅନୁଷ୍ଠାନ ‘କୋଚିଂ ବିୟଣ୍ଡ୍’ ସହ ଚୁକ୍ତି କରିଛି। ଟିମ୍ ଇଣ୍ଡିଆର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବି ଅରୁଣ ଏବଂ ଆର ଶ୍ରୀଧରଙ୍କ ଦ୍ୱାରା ପ୍ରତିଷ୍ଠିତ କୋଚିଂ ବିୟଣ୍ଡ ଏହି ଅଭିଯାନ ପାଇଁ ଜ୍ଞାନ ଏବଂ ବୈଷୟିକ ସହଯୋଗୀ ଭାବରେ କାର୍ଯ୍ୟ କରିବ ଏବଂ ଓଡ଼ିଶାକୁ ବିଶ୍ୱସ୍ତରୀୟ କୋଚିଂ ଅଭ୍ୟାସ ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରିବ।

ଏହାବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଏଲ୍ ଭେଙ୍କଟପତି ରାଜୁଙ୍କୁ ପରାମର୍ଶଦାତା ପ୍ରଶିକ୍ଷକ ଭାବେ ନିୟୋଜିତ କରାଯାଇଛି। ଏକ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ୫୦ ଜଣ ଯୁବ ପୁରୁଷ କ୍ରିକେଟର ଚୟନ ସହିତ ଏହି ଅଭିଯାନ ଆରମ୍ଭ ହେବ। ଏହି ମନୋନୀତ ବ୍ୟକ୍ତିମାନଙ୍କୁ ରିହାତି ମୂଲ୍ୟରେ ହାଇ ପରଫର୍ମାନ୍ସ ତାଲିମ ଦିଆଯିବ।

ଭବିଷ୍ୟତରେ ଉଭୟ ପୁରୁଷ ଓ ମହିଳା ପ୍ରଶିକ୍ଷଣର୍ଥୀଙ୍କୁ ସାମିଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏହାର କ୍ଷମତାକୁ ବିସ୍ତାର କରିବାକୁ ଯୋଜନା କରିଛି। ଏହା ବ୍ୟତୀତ ଏକାଡେମୀ ପକ୍ଷରୁ ସମସ୍ତ ବୟସ ବର୍ଗର ବାଳକ ଓ ବାଳିକାଙ୍କ ପାଇଁ ଏକ ଦୈନିକ କୋଚିଂ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏମଜିଏମ୍ ମିନେରାଲ୍ସ ଲିମିଟେଡର ସିଏମଡି ପଙ୍କଜ ଲୋଚନ ମହାନ୍ତି ଏହି ସହଯୋଗକୁ ନେଇ ଆଶାବାଦୀ ଥିବା ବେଳେ ଏହା ଓଡ଼ିଶାରେ କ୍ରିକେଟର ଭବିଷ୍ୟତରେ ଉଲ୍ଲେଖନୀୟ ଯୋଗଦାନ କରିବ ଏବଂ ବିଶ୍ବର ଅନ୍ୟତମ କ୍ରିକେଟ୍ ପ୍ରଶିକ୍ଷଣ କେନ୍ଦ୍ରରେ ପରିଣତ ହେବ ବୋଲି ବିଶ୍ୱାସ ରଖିଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!