ମୁମ୍ବାଇ ଫ୍ରାଞ୍ଚାଇଜ୍‌ର ମାଲିକାଣୀ ହେଲେ ସାରା ତେନ୍ଦୁଲକର

ଡିଜିଟାଲ୍ ମନୋରଞ୍ଜନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରୀୟ କମ୍ପାନି ଜେଟ୍ ସିନ୍ଥେସିସ୍ ଏକ ବଡ଼ ଘୋଷଣା କରିଛି। ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ବଡ଼ ଦାୟିତ୍ବ ନେବାକୁ ଯାଉଛନ୍ତି। ଗ୍ଲୋବାଲ୍ ଇ-କ୍ରିକେଟ୍ ପ୍ରିମିୟର ଲିଗ୍ (ଜିଇପିଏଲ)ର ବହୁ ପ୍ରତୀକ୍ଷିତ ସିଜିନ୍-୨ ପାଇଁ ମୁମ୍ବାଇ ଫ୍ରାଞ୍ଚାଇଜ୍‌ର ମାଲିକାଣୀ ଭାବରେ ସାରା ଯୋଗ ଦେଇଥିବା ଜଣାଇଛି ଜେଟ୍ ସିନ୍ଥେସିସ୍।

ମାଲିକାଣୀ ହେବା ପରେ ସାରା ତେନ୍ଦୁଲକର ତାଙ୍କର ଉତ୍ସାହ ପ୍ରକାଶ କରି କହିଛନ୍ତି, “କ୍ରିକେଟ୍ ଆମ ପରିବାରର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି। ଇ-କ୍ରୀଡାରେ ଏହାର ସମ୍ଭାବନାକୁ ଅନୁସନ୍ଧାନ କରିବା ମୋ ପାଇଁ ରୋମାଞ୍ଚକର ହେବ। ଜିଇପିଏଲରେ ମୁମ୍ବାଇ ଫ୍ରାଞ୍ଚାଇଜ୍ ମାଲିକାନା ପାଇବାର ମୋର ଏକ ବଡ଼ ସ୍ୱପ୍ନ ସାକାର ହୋଇଛି, ଯାହା ଖେଳ ପ୍ରତି ଥିବା ମୋର ଆଗ୍ରହ ସହିତ ମୁମ୍ବାଇ ସହର ପ୍ରତି ଥିବା ମୋର ଭଲପାଇବାକୁ ଯୋଡିବ। ମୁଁ ଆମର ପ୍ରତିଭାଶାଳୀ ଦଳ ସହିତ ସହଯୋଗ କରି ଏକ ଭଲ ଇ-କ୍ରୀଡା ଫ୍ରାଞ୍ଚାଇଜ୍ ନିର୍ମାଣ କରିବାକୁ ଆଗ୍ରହୀ, ଯାହା ପ୍ରେରଣା ଏବଂ ମନୋରଞ୍ଜନ ପ୍ରଦାନ କରିବ।।”

Post Views58 Total Count

Apply Now


This will close in 0 seconds

error: Content is protected !!