ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ପାଇଲେ ଏହି ଆଇଏଏସ ଅଫିସର

କେନ୍ଦ୍ରକୁ ଯିବେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ନିକୁଞ୍ଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାମ କରୁଛନ୍ତି । ତେବେ କେନ୍ଦ୍ରରେ ତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି । ଏ ନେଇ ଆଜି କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂପର୍କିତ କମିଟି ନିକୁଞ୍ଜ ଧଳଙ୍କ ନୂଆ ନିଯୁକ୍ତିକୁ ଅନୁମୋଦନ କରିଛି ।

ନିକୁଞ୍ଜ ଧଳ ବର୍ତ୍ତମାନ ସଂସଦୀୟ ବ୍ୟାପାର ସଚିବ ଥିବା ଉମଙ୍ଗ ନରୁଲାଙ୍କ ଅବସର ପରେ ତାଙ୍କ ସ୍ଥାନ ନେବେ । ଉମଙ୍ଗ ଆସନ୍ତା ଜୁନ ୩୦ରେ ଅବସର ଗ୍ରହଣ କରିବେ । ସେହିପରି ବର୍ତ୍ତମାନ କେନ୍ଦ୍ରରେ ଡେପୁଟେସନରେ ଥିବା ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜୀ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି । ସେମିତି ୧୯୯୪ ବ୍ୟାଚର IAS ରଞ୍ଜନା ଚୋପ୍ରା ସଂସ୍କୃତି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ଏବଂ ଫାଇନାନ୍ସିଆଲ୍ ଆଡଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି ।

Post Views7 Total Count

Apply Now


This will close in 0 seconds

error: Content is protected !!