ବଣ୍ଟନ ହେବ ନୂଆ ରାସନ କାର୍ଡ

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ନୂଆ ରାସନ କାର୍ଡ ବଣ୍ଟନ ପାଇଁ ସରକାରଙ୍କ ଘୋଷଣା । ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ, ମ୍ୟୁନିସିପାଲ୍ କମିସନର ଇସ୍ୟୁ କରିବେ କାର୍ଡ । ୨୦ ଏପ୍ରିଲ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ କରିବେ ।

ବ୍ଲକ ଓ ୟୁଏଲବି ଅଧିକାରୀ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିବେ । ଯାଞ୍ଚପରେ ନୂଆ ସଦସ୍ୟ ସାମିଲ କରାଯାଇ ପାରିବ । ଖାଦ୍ୟ ବିଭାଗ ଓ ଖାଉଟି କଲ୍ୟାଣବିଭାଗର ସୂଚନା ।

ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଇକେଓ୍ୱାଇସି କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସହ ଅଯୋଗ୍ୟଙ୍କୁ ବାଦ ଦିଆଯିବା ପ୍ରକ୍ରିୟା ଜାରି ରହିଛି । ତେବେ ଏହାରି ଭିତରେ ନୂଆ ରାସନ କାର୍ଡ ବଣ୍ଟନ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି ।

Post Views7 Total Count

Apply Now


This will close in 0 seconds

error: Content is protected !!