୫୦ରୁ ୬୦ କି.ମି. ବେଗରେ ବହିବ ପବନ: ଅରେଞ୍ଜ ଓ୍ବାର୍ନିଂ ଜାରି

ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହିସବୁ ଜିଲାରେ ବିଶେଷକରି ଅପରାହ୍ନ ଓ ସନ୍ଧ୍ୟାରେ ଝଡ଼ପବନର ଆଶଙ୍କା ରହିଛି।

ସେହିପରି କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହ ଅପରାହ୍ନ ଓ ସନ୍ଧ୍ୟାରେ ଘଡ଼ଘଡ଼ି ସହିତ ବର୍ଷା ନେଇ ଅନୁମାନ କରାଯାଇଛି। ଏଥିପାଇଁ ଏହିସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ତେବେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲାରେ ମଧ୍ୟ ଶନିବାର ବର୍ଷା ହୋଇପାରେ। ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ବିପଦ ରହିଥିବାରୁ ଏହି ଜିଲାଗୁଡ଼ିକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇ ନ ପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Post Views4 Total Count

Apply Now


This will close in 0 seconds

error: Content is protected !!