ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ନୂଆ ସଭାପତି ହେଲେ ଟଙ୍କଧର ତ୍ରିପାଠୀ

ଓଡ଼ିଶା ଫୁଟବଲ ଆସୋସିଏସନ୍‌ର ନୂଆ ସଭାପତି ଭାବେ ଦାୟିତ୍ଵ ନେଲେ ଵିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ଦାୟିତ୍ଵ ନେଵା ସହ ପୂର୍ବରୁ ଯେଉଁ ମାନେ ଫୁଟବଲ ଆସୋସିଏସନ୍‌ର ଦାୟିତ୍ୱରେ ଥିଲେ ସେମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଵା ସହ ଅନୁଭଵି ମାନଙ୍କ ଅନୁଭବକୁ ନେଇ ଓଡିଶା ଫୁଟଵଲକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଵାର ପ୍ରୟାସ କରିବେ ବୋଲି କହିଛନ୍ତି ଟଙ୍କଧର। ସେପଟେ ଏବେ ସବୁ କ୍ରୀଡା ସଙ୍ଗଠନରୁ ଵିଜେଡି ହଟି ଵିଜେପି ନେତା ମାନେ ଦାୟିତ୍ଵ ନେଉଥିବା ସମ୍ପର୍କରେ ପ୍ରତିକ୍ରିୟା ରଖି ଫାଓ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି କ୍ରୀଡ଼ା ସଂଗଠନ ସରକାରଙ୍କ ସହ ରହିଲେ ହିଁ କ୍ରୀଡ଼ାର ଉନ୍ନତି ହେବ।

ଶନିବାର ଵାରଵାଟୀକୁ ଆସି ବିଧିବଦ୍ଧ ଭାବେ ଟଙ୍କଧର ଫାଓ ସଭାପତି ପଦ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ କରିଵା ସହ ଟଙ୍କଧର ପୂର୍ବରୁ ଫାଓ ଦାୟିତ୍ବରେ ଯେଉଁ ମାନେ ଥିଲେ, ସେମାନେ ଓଡିଶା ଫୁଟଵଲର ଉନ୍ନତି ପାଇଁ ଅନେକ କିଛି କରିଛନ୍ତି ଵୋଲି ମତ ରଖିଛନ୍ତି ଟଙ୍କଧର। ପୂର୍ଵ କର୍ମକର୍ତ୍ତା ମାନେ ଯେଉଁ କାମ ଅଧୁରା ଛାଡ଼ି ଯାଇଛନ୍ତି, ତାକୁ ଆଗକୁ ବଢାଇଵା ତାଙ୍କର ଦାୟିତ୍ଵ ବୋଲି କହିଛନ୍ତି ଟଙ୍କଧର। ଫୁଟବଲ ସମ୍ପର୍କରେ ଯେଉଁ ମାନଙ୍କର ଅନୁଭବ ରହିଛି ବା ଅଭିଜ୍ଞତା ରହିଛି, ସେମାନଙ୍କ ପରାମର୍ଶ ଅନୁସାରେ ଓଡିଶା ଫୁଟଵଲକୁ ଅନ୍ତର୍ଜାତୀୟ ସ୍ତରର କରିବା ପାଇଁ ସବୁ ପ୍ରକାର ପ୍ରୟାସ ହେବ ବୋଲି କହିଛନ୍ତି ଟଙ୍କଧର।ଓଡ଼ିଶାରେ ଶାସନ ପରିବର୍ତ୍ତନ ପରେ ସବୁ କ୍ରୀଡ଼ା ସଙ୍ଗଠନରେ ଵିଜେପିର ପ୍ରତିନିଧିତ୍ଵ ବଢୁଥିବା ଦେଖା ଯାଇଛି। ଫୁଟଵଲ ସହ ଅଲିମ୍ପିକ ଆସୋସିଏସନ୍ ଓ ଓସିଏରେ ଵିଜେପି ନେତା ମାନେ ପ୍ରମୁଖ ପଦ ପଦବୀରେ ରହିଲେଣି। ଏଭଳି ପରିବର୍ତ୍ତନ କିନ୍ତୁ ଆଵଶ୍ୟକ ବୋଲି କହିଛନ୍ତି ଫାଓ ସମ୍ପାଦକ ତଥା ବରିଷ୍ଠ କ୍ରୀଡା ସଙ୍ଗଠକ ଆଶୀର୍ବାଦ ବେହେରା। ଆଶୀର୍ବାଦଙ୍କ କହିଵା ଅନୁସାରେ କ୍ରୀଡା ସଙ୍ଗଠନରେ ସରକାରୀ ଦଳର ପ୍ରତିନିଧିତ୍ବ ରହିଲେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରିବା ସହଜ ହୋଇଥାଏ।

 

 

 

Post Views29 Total Count

Apply Now


This will close in 0 seconds

error: Content is protected !!