ଡେଲାଙ୍ଗ ଶିଶୁ ନିଖୋଜ ଘଟଣା, ମିଳିଲା ମୃତଦେହ

୧୩ ତାରିଖ ସଂଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିଲା ଆଶୀର୍ବାଦ। ହେଲେ ହଠାତ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ପୁଅ ମିଳିନଥିଲା। ଶେଷରେ ପରଦିନ ଡେଲାଙ୍ଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ପୋଲିସ ଆଶୀର୍ବାଦକୁ ଖୋଜାଖୋଜି କରିବାକୁ ଉଦ୍ୟମ ଜାରି ରଖିଥିଲା। ଅନ୍ୟ ପକ୍ଷରେ ଆଶୀର୍ବାଦଙ୍କ ବାପାମା’ ନିଖୋଜ ପୁଅକୁ ଖୋଜିଆଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କରିଥିଲେ। ଏଥିସହ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ଅଂଚଳବାସୀ। ଡେଲାଙ୍ଗ-କଣାସ ଓ ଖୋର୍ଦ୍ଧା ପଟ୍ଟନାୟିକିଆ ରାସ୍ତାକୁ ଅବରୋଧ କରି ପୋଲିସ ଓ ପ୍ରଶାସନଠୁ ନ୍ୟାୟ ଦାବି କରିଥିଲେ।ପୁରୀ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଗତକାଲି ଘର ପାଖ ପାଇଖାନା ଟାଙ୍କିରୁ ନିଖୋଜ ପୁଅର ମୃତଦେହ ମିଳିଥିଲା। ଦାଦା ପୁତୁରାକୁ ହତ୍ୟା କରି ପାଇଖାନାରେ ଟାଙ୍କିରେ ପକାଇଦେଇଥିବା ଜଣାଯାଇଛି । ପୋଲିସ ଅଭିଯୁକ୍ତ ଦାଦାକୁ ଅଟକ ରଖି ପଚରାଉଚରା କରୁଛି । ଉତ୍ତ୍ୟକ୍ତ ଲୋକ ଅଭିଯୁକ୍ତ ଘର ଭାଙ୍ଗି ଦେଇଛନ୍ତି। ।ଅନ୍ୟପକ୍ଷରେ ନାବାଳକର ଗୁପ୍ତାଙ୍ଗ କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବାରୁ ବଢିଛି ମର୍ଡର ମିଷ୍ଟ୍ରି। ହତ୍ୟାକାଣ୍ଡକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଛି। ୧୧ ବର୍ଷୀୟ ଆଶୀର୍ବାଦକୁ କାହିଁକି ହତ୍ୟା କଲା ପ୍ରଭାକର ? ହତ୍ୟା ପଛରେ ପ୍ରକୃତ କାରଣ କଣ ? ପାରିବାରିକ ଶତ୍ରୁତା ନା ଅନ୍ୟ କୌଣସି କାରଣ ? ଉଲଗ୍ନ ଓ ଗୁପ୍ତାଙ୍ଗ କଟା ଅବସ୍ଥାରେ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ହତ୍ୟାକାଣ୍ଡ ପଛରେ ଅନେକ କଥା ଶୁଣିବାକୁ ମିଳୁଛି। ସ୍ଥାନୀୟ ଲୋକ ଅଭିଯୁକ୍ତ ପ୍ରଭାକରକୁ ଫାଶୀ ଦେବାକୁ ଦାବି କରୁଛନ୍ତି। ଉତ୍ୟକ୍ତ ଲୋକ ଅଭିଯୁକ୍ତର ଘର ଭାଙ୍ଗିଥିବା ସୂଚନା ମିଳିଛି। ଆଶୀର୍ବାଦଙ୍କ ନିଖୋଜକୁ ନେଇ ସାରା ଡେଲାଙ୍ଗ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା।

Post Views4 Total Count

Apply Now


This will close in 0 seconds

error: Content is protected !!