ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସ୍ଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୋପ୍ । ଦୀର୍ଘ ଦିନ ହେବ ଫୁସ୍ଫୁସ୍ ଜନିତ ସମସ୍ୟା ସହ ନିମୋନିଆରେ ପୀଡ଼ିତ ଥିଲେ । ୫ ମାସ ହେବ ଚିକିତ୍ସାଧୀନ ଥିଲେ ପୋପ୍ ଫ୍ରାନସିସ୍ । ଇଷ୍ଟର ପର୍ବ ଚାଲିଥିବା ବେଳେ ପୋପ୍ଙ୍କ ବିୟୋଗ ହୋଇଛି । ଏ ନେଇ ଭାଟିକାନ୍ ସିଟି ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ଦେହାନ୍ତ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

