ମାଟି ଖୋଳିଲେ ବାହାରୁଛି କିରୋସିନ

ଭଦ୍ରକ ବ୍ଲକ ଅଧିନ ଖଣ୍ଡତଡା ପଞ୍ଚାୟତରେ ମାଟି ତଳୁ କିରୋସିନ ବାହାରୁଛି। ୧୦ ଫୁଟ ମାଟି ଖୋଳିଲେ ବାହାରୁଛି କିରୋସିନର ଗନ୍ଧ । ଖୋଳା ମାଟିରୁ କିରୋସିନ ଗନ୍ଧ ବାହାରିବା ସହ ଆଖପାଖ ଅଞ୍ଚଳରେ ଖେଳିଯାଇଛି ଏହି ଗନ୍ଧ।

ଭଦ୍ରକ ବ୍ଲକ ଖଣ୍ଡତଡା ପଂଚାୟତର ନୂତନ ଗୃହ ନିର୍ମାଣ ପାଇଁ ଖୋଳା ଯାଉଥିଲା ପିଲାର। ୧୦ ଫୁଟ ଗଭୀରର ପିଲାର ଖୋଳିବା ପରେ ଗାତ ଭିତରୁ ଆସିଥିଲା କିରୋସିନର ଉତ୍କଟ ଗନ୍ଧ। ଏପରିକି ଭିତରୁ ଯାହାବି ମାଟି ବାହାରୁଥିଲା ତାହା କିରୋସିନ ଗନ୍ଧ କରିଥିଲା। ଏଥି ସହିତ ତେଲ ଚିକିଟା ମାଟି ବାହାରିଥିଲା। ଏପରିକି ଭିତରୁ ବାହାରୁଥିବା ପାଣି ମଧ୍ୟ କିରୋସିନ ଗନ୍ଧ ହେଉଥିଲା। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଆଖପାଖ ଅଞ୍ଚଳରୁ ଏହାକୁ ଦେଖିବାକୁ ଲୋକଙ୍କ ଧାଡି ଛୁଟୁଛି। ଯାହାକୁ ନେଇ ମାଟିତଳେ କିରୋସିନ ଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ଘଟଣାର ସରକାରୀ ଯାଞ୍ଚ କରିବାକୁ ଦାବି କରିଛନ୍ତି।

Post Views46 Total Count

Apply Now


This will close in 0 seconds

error: Content is protected !!