ଗତ ଜୁନ୍ ୨ ତାରିଖରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୩ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ । ସିବିଆଇ ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାର ତଦନ୍ତ କରୁଛି ।
ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ କାର୍ଯ୍ୟାନୁଷ୍ଠାନ । ପଦରୁ ହଟିଲେ ଦକ୍ଷିଣ ପୂର୍ବ ରେଳ ପଥ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । କ୍ୟାବିନେଟ୍ କମିଟିର ନିଯୁକ୍ତି ସମିତି ଅର୍ଚ୍ଚନାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ନୂଆ ଦାୟିତ୍ୱ ପାଇଁ ଅନୁମତି ଦେଇଛି ।
ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକର ୟେଲହଙ୍କାରେ ରେଲୱେ ଭେହିକିଲ ଫ୍ୟାକ୍ଟ୍ରିରେ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯାଇଛି । ଦକ୍ଷିଣ ପୂର୍ବ ରେଳପଥ ଜେନେରାଲ ମ୍ୟାନେଜର ହେବା ପୂର୍ବରୁ ଅର୍ଚ୍ଚନା ପର୍ଯ୍ୟଟନ, ରେଳ ମନ୍ତ୍ରାଳୟ, ରେଲୱେ ବୋର୍ଡର ସଦସ୍ୟ ଭାବେ କାମ କରିଛନ୍ତି ।

