ଲକ୍ଷେ ଛୁଇଁଲା ସୁନା

ଲକ୍ଷେ ଛୁଇଁଲା ସୁନା । ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି ।

ପ୍ରଥମ ଥର ପାଇଁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଲକ୍ଷେ ଟଙ୍କା ଛୁଇଁବାକୁ ଆଉ ମାତ୍ର ୨୦୦ ଟଙ୍କା ବାକି ଅଛି । ହେଲେ ସୁନାରେ ୩ ପ୍ରତିଶତ ଜିଏସିଟି ଲାଗିବା ପରେ ଏହା ଦର ୧ ଲକ୍ଷ ୧୬୬ ଟଙ୍କା ଛୁଇଁଛି ।

ଚଳିତ ବର୍ଷରେ ସୁନା ଦର ୧୦ ଗ୍ରାମ ପିଛା ୨୦ ହଜାର ୮୫୦ ଟଙ୍କା ଆର୍ଥାତ୍ ୨୬ ଦଶମିକ ୪ ପ୍ରତିଶତ ମହଙ୍ଗା ହୋଇଛି । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୯୮ ହଜାର ୩୫୦ ଟଙ୍କା ଛୁଇଁଛି ।

Post Views14 Total Count

Apply Now


This will close in 0 seconds

error: Content is protected !!