ପାକିସ୍ତାନ ଲାହୋରରେ ବଡ ଧରଣର ବିସ୍ଫୋରଣ ହୋଇଛି । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଲାହୋରେ ୩ଟି ବିସ୍ଫୋରଣ ହୋଇଥିବା ପାକ୍ ମିଡ଼ିଆରେ ଖବର ପ୍ରସାରଣ ହୋଇଛି । ଲାହୋର ଏୟାରପୋର୍ଟ ନିକଟରେ ହୋଇଥିବା ବିସ୍ଫୋରଣର ପ୍ରଚଣ୍ଡ ଶଦ୍ଦ ଅନେକ ଦୂର ଯାଏ ଶୁଣାଯାଇଥିଲା । ଏହାପରେ ସାଇରନ ବାଜିବା ଦ୍ୱାରା ପୁଲିସ ଅଧିକାରୀମାନେ ଏକତ୍ର ହୋଇଥିଲେ । ବ୍ଲାଷ୍ଟ ପରେ ଲୋକାମାନେ ଦୌଡିବାକୁ ଲାଗିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ ଲାହୋରର ଗୋପାଳନଗର, ନସିରବାଦ ଓ ବ୍ଲାଷ୍ଟନ ରୋଡ ଅଞ୍ଚଳରେ ବିସ୍ଫୋରଣ ଘଟିଥିଲା । ଡ୍ରୋନ ଆକ୍ରମଣ କାରଣରୁ ଲାହୋର ଏୟାରପୋର୍ଟକୁ ସାମୟିକ ଭାବେ ବନ୍ଦ କରାଯିବା ସହ ପାକିସ୍ତାନୀ ସେନା ବିମାନବନ୍ଦରରେ ନିୟୋଜିତ ହୋଇଛନ୍ତି । ଏହାସହିତ କରାଚି ବିମାନବନ୍ଦରରେ ବିମାନ ଉଡାଣ ବନ୍ଦ ରହିଛି ।
Related Posts
ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସୁଶୀଳା କାର୍କି
ନେପାଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ନେପାଳରେ ଆରମ୍ଭ ହୋଇଛି ସୁଶୀଳା ଶାସନ। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି…
୨୪ ଘଣ୍ଟା ଭିତରେ ସ୍ଥାନ ଛାଡ…
israel-orders-11-lakh-palestinians-to-move-to-southern-gaza ପାଲେଷ୍ଟାଇନ ନାଗରିକଙ୍କୁ ସ୍ଥାନ ଛାଡିବାକୁ ଚେତାବନୀ । ୨୪ ଘଣ୍ଟା ମରେ ପାଲେଷ୍ଟାଇନ ନାଗରିକଙ୍କୁ ଗାଜାର ଦକ୍ଷିଣ…
ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ
ପହଲଗାମ୍ ଆତଙ୍କୀ ହମ୍ଲା ପରେ ପାକିସ୍ତାନ ଉପରେ ଭାରତର ଲଗାତର ଆକ୍ସନ୍। ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ…

