ରାଜ୍ୟରେ ଶିଳ୍ପକୁ ଗୁରୁତ୍ବ

ରାଜ୍ୟରେ ଶିଳ୍ପକୁ ଗୁରୁତ୍ବ , ଶିଳ୍ପ ବିକାଶକୁ ଗୁରୁତ୍ବ ଦେଉଛନ୍ତି ମୋହନ ସରକାର । ଆଜି ଯାଜପୁର କଳିଙ୍ଗନଗରରେ ଶିଳ୍ପାନୁଷ୍ଠାନ ସମ୍ପ୍ରସାରଣ ପାଇଁ ନୂଆ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୪ ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ।

ମୋଟ ୧ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନ କରାଯାଇଛି । ସେହିପରି ଟାଟାଷ୍ଟିଲର ୨ୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ୬୩ ହଜାର କୋଟି ଟଙ୍କାର ନୂଆ ପ୍ରକଳ୍ପର ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଯେଉଁଥିରେ ୩୪ ହଜାର ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଇଛନ୍ତି ।

Post Views100 Total Count

Apply Now


This will close in 0 seconds

error: Content is protected !!