ସ୍ନାନପୂର୍ଣ୍ଣିମା ପାଇଁ ଟ୍ରାଫିକ ଆଡଭାଇଜରି ଜାରି

ଜୁନ ୨୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଉ ଏବେଠାରୁ ପୁରୀର ସମସ୍ତ ହୋଟେଲ ଓ ଲଜିଂ ସବୁ ବୁକ୍‌ । ଖାଲି ସେତିକି ନୁହେଁ ରୁମ୍‌ ଭଡ଼ା ବି ୩ରୁ ୪ ଗୁଣା ହୋଇଯାଇଛି । ତେବେ ଏହି ଚଢା ଦର ନେଇ ପ୍ରଶାସନ ରେଡ୍ କରିବାକୁ ନିଷ୍ପତ୍ତି ନେଇଛି । ବର୍ଷକୁ ବର୍ଷ ପୁରୀକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ଆବଶ୍ୟକ ହୋଟେଲ ଓ ଲଜିଂ ଅଭାବ ସମସ୍ୟା ସୃଷ୍ଟି କରୁଛି । ଫଳରେ ହୋଟେଲଗୁଡ଼ିକ ରୁମ୍ ରେଟ୍ ବଢ଼ାଇ ଚାଲିଛନ୍ତି । ୧୧ ଜୁନ ଦିନ ସ୍ନାନ ପୂର୍ଣ୍ଣିମା ପଡୁଥିବା ବେଳେ ଭକ୍ତଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି । ସ୍ନାନପୁର୍ଣିମା ପାଇଁ ଟ୍ରାଫିକ ଆଡଭାଇଜାରି ଜାରି କରିଛି ପୁରୀ ପୋଲିସ୍ ।

ମିଳିଥିବା ସୂଚନା ଅନୁଯାୟୀ :-

● ୧୦ ସଂଧ୍ୟାରୁ ମେଡିକାଲ ଛକରୁ ଶ୍ରୀମନ୍ଦିର ଯାଏ ୪ ଚକିଆ ଯାନ ଉପରେ କଟକଣା ।

● ୨ ଚକିଆ ଯାନ ପାଇଁ ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସ୍ଥା ।

● ଭୁବନେଶ୍ୱର ପଟୁ ଆସିଲେ ଜେଲରୋଡ୍‌ ଓ ଶରଧାବାଲିରେ ପାର୍କିଂ ।

● କୋଣାର୍କ ଆଡୁ ଆସିଲେ ଶରଧାବାଲିରେ ପାର୍କିଂ ବ୍ୟବସ୍ଥା ।

Post Views17 Total Count

Apply Now


This will close in 0 seconds

error: Content is protected !!