ଜୟପୁରର ପାଇଲଟ ରାଜବୀର ସିଂହ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରାଜବୀର ସିଂହ ୧୪ ବର୍ଷ ଧରି ସେନାରେ ସେବା କରିବା ପରେ ଅବସର ନେଇଥିଲେ।
ଜୟପୁରର ଶାସ୍ତ୍ରୀ ନଗର ଅଞ୍ଚଳର ବାସିନ୍ଦା ପାଇଲଟ ରାଜବୀର ସିଂହ ମାତ୍ର ଚାରି ମାସ ପୂର୍ବରୁ ଯମଜ ସନ୍ତାନର ପିତା ହୋଇଥିଲେ।
ତାଙ୍କ ପତ୍ନୀ ଦୀପିକା ମଧ୍ୟ ଜଣେ ପାଇଲଟ। ପରିବାର ମୂଳତଃ ଦୌସା ଜିଲାର ମହୁଆ ଅଞ୍ଚଳର। ସେମାନେ ପ୍ରାୟ ଏକ ମାସ ପୂର୍ବରୁ ଘରକୁ ଆସିଥିଲେ। ରାଜବୀର ସିଂହଙ୍କର ୨୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଥିଲା। ସେ ଗତ ବର୍ଷ ହିଁ ଆର୍ଯ୍ୟାନ ଏଭିଏସନ କମ୍ପାନୀରେ ଯୋଗ ଦେଇଥିଲେ।ସେ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ଥିଲେ।
ଏବେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସମେତ ଅନେକ ନେତା ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

