ମୋଦି ଓ ଟ୍ରମ୍ପଙ୍କ ଭିତରେ ୩୫ ମିନିଟ୍ ଫୋନରେ କଥାବାର୍ତ୍ତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କାନାଡା G-7 ସମ୍ମିଳନୀ ପରେ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟଙ୍କ ମଧ୍ୟରେ ୩୫ ମିନିଟ ଧରି ଆଲୋଚନା ହୋଇଛି ।

ପାକିସ୍ତାନ ବିରୋଧରେ ଭାରତର ଅପରେସେନ ସିନ୍ଦୁର ନେଇ ବିସ୍ତୁତ ଚର୍ଚ୍ଚା ହୋଇଛି । ଏବେ ବି ଅପରେସନ ସିନ୍ଦୁର ଜାରି ରହିଥିବା ମୋଦି ଟ୍ରମ୍ପଙ୍କୁ ସିଧାସିଧା କହିଛନ୍ତି ।

ସେହିପରି ଭାରତ-ପାକ ପ୍ରସଙ୍ଗରେ ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ ବୋଲି ମୋଦି ସ୍ପଷ୍ଟ କରିଛନ୍ତି ।

ପାକିସ୍ତାନର ଅନୁରୋଧ ପରେ ହି ଭାରତ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହୋଇଥିବା ପ୍ରାୟ ୧୦୦ ଘଣ୍ଟାର ସିନ୍ଦୁର ଅପରେସନ ସମୟରେ ପାକିସ୍ତାନ ହିଁ ଯୁଦ୍ଧବିରତି ମାଗିଥିଲା।

Post Views17 Total Count

Apply Now


This will close in 0 seconds

error: Content is protected !!