Highlightsରାଜ୍ୟସ୍ୱତନ୍ତ୍ର ଡାଇରିଆ ପ୍ରତି ସତର୍କ ରହିବେ କିପରି ? adminJune 18, 2025 ଡାଇରିଆ ହେଉଛି ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା, ଯାହାର ମୂଳ କାରଣ ହେଉଛି ଅପରିଷ୍କାର ଜଳ ବା ଖାଦ୍ୟ ଦ୍ୱାରା ଶରୀରରେ ରୋଗଜନକ ଜୀବାଣୁ ପ୍ରବେଶ କରିବା। ଏହି ରୋଗରେ ମାନବ ଶରୀର ଦ୍ରୁତ ଗତିରେ ପାଣି ଓ ଲବଣ ହାରାଏ, ଯାହା ଶୋଷଣ ହୋଇ ଡିହାଇଡ୍ରେସନର ଦିଗକୁ ନେଇଯାଏ। ଏହାକୁ ଦୂରେଇ ରଖିବା ପାଇଁ କିଛି ସରଳ କିନ୍ତୁ ପ୍ରଭାବଶାଳୀ ସତର୍କତା ଅନୁସରଣ କରିବା ଅତ୍ୟନ୍ତ ଆବଶ୍ୟକ। ପ୍ରଥମେ, ସବୁବେଳେ ଶୁଦ୍ଧ ଓ ଫିଲ୍ଟର କରାଯାଇଥିବା ପାଣି ପିଇବା ଜରୁରୀ। ତାସହିତ ଖାଦ୍ୟ ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ହାତ ସାବୁନ ଦ୍ୱାରା ଭଲ ଭାବରେ ଧୁଅନ୍ତୁ। ଖାଦ୍ୟ ସର୍ବଦା ଭଲଭାବେ ଢାଙ୍କି ରଖାଯିବା ଦରକାର। ରାସ୍ତାଘାଟର ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ । ବ୍ୟକ୍ତିଗତ ପରିଚ୍ଛନ୍ନତା ଏବଂ ପରିବେଶ ସଫାସୁତୁରା ରଖିବା ମଧ୍ୟ ଡାଇରିଆ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଯଦି ଡାଇରିଆ ଆରମ୍ଭ ହୁଏ, ତେବେ ଶରୀରର ଜଳ ଓ ଲବଣ ସନ୍ତୁଳନ ବଜାୟ ରଖିବା ପାଇଁ ORS ଓ ପାଣି ର ନିୟମିତ ସେବନ କରିବା ଉଚିତ। ଲକ୍ଷଣ ଗୁଡିକ ଅଧିକ ଗମ୍ଭୀର ରୂପ ଧାରଣ କରିଲେ ବିଳମ୍ବ ନ କରି ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ। ସମୟରେ ସଚେତନତା ଓ ସତର୍କତା ଡାଇରିଆ ପରି ଜୀବନ ଘାତି ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିପାରେ। ଶିଶୁମାନେ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିମାନେ ଏହି ରୋଗ ପାଇଁ ବେଶି ସେନ୍ସିଟିଭ୍, ସେହିପାଇଁ ସେମାନଙ୍କୁ ସବୁବେଳେ ପୁରିଷ୍କାର ପାଣି, ଗରମ ଖାଦ୍ୟ ଓ ସମୟରେ ORS ବା ଲେମୁପାଣି ଦେବା ଉଚିତ । ଯଦି ଡାଇରିଆ ହୋଇଯାଏ ତେବେ ଶରୀରର ଜଳସଂଚୟ ଧାରଣ କରିବା ପାଇଁ ପ୍ରଚୁର ପାଣି, ORS ଓ ଲବଣ-ଚିନି ମିଶ୍ରିତ ପାଣି ପିଇବା ଜରୁରୀ । ଅଧିକ ଦିନ ଚାଲିଥିବା ଲକ୍ଷଣ, ଝାଡାରେ ରକ୍ତ, ଅତ୍ୟଧିକ ଦୁର୍ବଳତା ବା ଜ୍ୱର ଥିଲେ ଡେରି ନକରି ଡାକ୍ତରଙ୍କ ସହଯୋଗ ନିଅନ୍ତୁ । ସମୟରେ ଚିକିତ୍ସା ଏବଂ ସତର୍କତା ଦ୍ୱାରା ଏହି ଜନସାଧାରଣ ରୋଗକୁ ରୋକିପାରିବା ସମ୍ଭବ । 🔹 ସବୁବେଳେ ଶୁଦ୍ଧ ପାଣି ପିଅନ୍ତୁ।🔹 ଖାଦ୍ୟ ଖାଇବା ପୂର୍ବରୁ ହାତ ଧୁଅନ୍ତୁ।🔹 ରାସ୍ତାଘାଟର ଖାଦ୍ୟଠୁ ଦୂରେଇ ରୁହନ୍ତୁ।🔹 ପୁରିଷ୍କାର ଜଳ ବ୍ୟବହାର କରନ୍ତୁ।🔹 ବ୍ୟାକ୍ଟେରିଆ ରୋକିବା ପାଇଁ ଖାଦ୍ୟକୁ ଭଲଭାବେ ରାନ୍ଧନ୍ତୁ।🔹 ଜରୁରୀ ସ୍ଥିତିରେ ORS ଓ ପାଣି ପିଅନ୍ତୁ। ଲକ୍ଷଣ ଥିଲେ ଡାକ୍ତରଙ୍କ ସହଯୋଗ ନିଅନ୍ତୁ, ସମୟରେ ଚିକିତ୍ସା ଅତ୍ୟାବଶ୍ୟକ। 98 Total Count
କେବିସିରେ କମାଲ ଦେଖାଇଲେ ଓଡ଼ିଆ ବୋହୁ କୌନ ବନେଗା କରୋଡପତିରେ କମାଲ କଲେ ଓଡ଼ିଆ ବୋହୁ । କଟକ ଚୌଦ୍ୱାରର ମହିଳା ବ୍ୟବସାୟୀ ପଙ୍କଜିନୀ ଦାଶ ଏହି… December 16, 2024
ନାସନାଲ ସାଇନ୍ସ ସେମିନାର ପାଇଁ ମୁମ୍ବାଇ ଯିବେ ଓଡ଼ିଶାର ସ୍ବାତୀ ସ୍ବାଗତିକା ରାଜ୍ୟ ସ୍ତରୀୟ ସାଇନ୍ସ ସେମିନାରରେ ଟପ୍ପର ହୋଇ ଜାତୀୟ ସ୍ତରକୁ ଉନ୍ନୀତ ହୋଇଥିବା , ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ… November 25, 2024
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ପ୍ରଯୋଜିକା ଏକତା ଫିଲ୍ମ ଦେଖିବା… December 3, 2024