ନିପାତ ହେଲା କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା

ଶ୍ରୀନଗରରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା। ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାସିମ୍‌ ମୁସା। ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ‘ଅପରେସନ ମହାଦେବ’ରେ ମୁସା ନିହତ ହୋଇଥିବା ଜଣାପଡ଼ିଛି।

ହାସିମ୍‌ ମୁସାକୁ ଧରାଦେବାକୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ପହଲଗାଓଁ ବ୍ୟତୀତ ଆହୁରି ଅନେକ ଆତଙ୍କୀ କାର୍ଯ୍ୟକଳାପ ତଥା ଆକ୍ରମଣରେ ମୁସା ସମ୍ପୃକ୍ତ ଥିଲା।

ସୂଚନାଯୋଗ୍ୟ, ସୋମବାର ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ଆତଙ୍କୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ ମହାଦେବ’ ନାଁ ଦିଆଯାଇଛି।

ଏହି ଅପରେସନରେ ନିହତ ଆତଙ୍କବାଦୀାନେ ପହଲଗାଓଁ ଆକ୍ରମଣ ସହ ଜଡ଼ିତ ବୋଲି କୁହାଯାଉଥିଲା। ପରବର୍ତ୍ତୀ ସମୟରେ ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ୍‌ ମୁସା ଏଥିରେ ନିପାତ ହୋଇଥିବା ସୂଚନା ମିଳିଛି।

Post Views38 Total Count

Apply Now


This will close in 0 seconds

error: Content is protected !!