ଦିବ୍ୟା ଦେଶମୁଖ ହେଲେ ବିଶ୍ବ ଚେସ୍ ଚାମ୍ପିୟନ

ମହିଳା ଚେସ୍ ବିଶ୍ୱକପର ଫାଇନାଲ ମ୍ୟାଚ୍ରେ, ଦିବ୍ୟା ଦେଶମୁଖ ଗ୍ରାଣ୍ଡମାଷ୍ଟର ଏବଂ ନିଜ ଦେଶର କୋନେରୁ ହମ୍ପିଙ୍କୁ ପରାସ୍ତ କରି ଟାଇଟଲ୍ ଜିତିଛନ୍ତି। ସେ ଫିଡେ ମହିଳା ଚେସ୍ ବିଶ୍ୱକପ୍ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। କୋନେରୁ ହମ୍ପିଙ୍କ ପାଖରେ ପ୍ରତ୍ୟାବର୍ତ୍ତନ କରିବାର ଏକ ଛୋଟ ସୁଯୋଗ ଥିଲା, କିନ୍ତୁ ସେ ଏହାର ଫାଇଦା ଉଠାଇ ପାରିନଥିଲେ।

ଅନ୍ତର୍ଜାତୀୟ ମାଷ୍ଟର ଦିବ୍ୟା ଫିଡେ ମହିଳା ବିଶ୍ୱକପ୍ ଫାଇନାଲର ପ୍ରଥମ ଏବଂ ଦ୍ୱିତୀୟ ଗେମରେ କୌଣସି ସୁଯୋଗ ନ ଦେଇ ତାଙ୍କ ଉଚ୍ଚ ମାନ୍ୟତାପ୍ରାପ୍ତ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କୁ ଡ୍ର ଖେଳିବାକୁ ବାଧ୍ୟ କରିଥିଲେ। ଏହା ଫଳରେ ମ୍ୟାଚ୍ଟି ଟାଇବ୍ରେକରକୁ ଯାଇଥିଲା। ନିୟମ ଅନୁସାରେ ଟାଇ-ବ୍ରେକରରେ ୧୫ ମିନିଟର ଦୁଇଟି ଖେଳ ରହିଥାଏ ଯେଉଁଥିରେ ପ୍ରତ୍ୟେକ ମୁଭ୍ ପରେ ୧୦ ସେକେଣ୍ଡ ଯୋଡାଯାଇଥାଏ। ଯଦି ଏହା ପରେ ବି ସ୍କୋର ସମାନ ରହେ, ତେବେ ଉଭୟ ଖେଳାଳି ପ୍ରତି ଖେଳ ପାଇଁ ୧୦ ମିନିଟ୍ ହାରରେ ଆଉ ଏକ ସେଟ୍ ଖେଳିବାର ସୁଯୋଗ ପାଇଥାନ୍ତି। ଏଥିରେ ମଧ୍ୟ ପ୍ରତ୍ୟେକ ମୁଭ୍ ପରେ ୧୦ ସେକେଣ୍ଡ ଯୋଡାଯାଇଥାଏ। ଉଭୟଙ୍କ ମଧ୍ୟରେ ପ୍ରଥମ ରାପିଡ୍ ଟାଇବ୍ରେକର ମଧ୍ୟ ଡ୍ର ଥିଲା। ତା’ପରେ ଦ୍ୱିତୀୟ ଟାଇବ୍ରେକରରେ ଫଇସଲା ଆସିଥିଲା।

Post Views63 Total Count

Apply Now


This will close in 0 seconds

error: Content is protected !!