ଉତ୍‌କ୍ଷେପଣ ହେଲା ବିଶ୍ବର ମହଙ୍ଗା ଉପଗ୍ରହ

ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଛି । ଇସ୍ରୋ ଏବଂ ନାସା ଏହାକୁ ମିଳିତଭାବେ ପ୍ରସ୍ତୁତ କରିଛନ୍ତି। ଏହି ଗୁଇନ୍ଦା ସାଟେଲାଇଟ୍ ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ବର୍ଷା, ବାତ୍ୟା, ଝଡ଼, ବଜ୍ରପାତ, ଆଗ୍ନେୟଗିରି ବିସ୍ଫୋରଣ, ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ଗତିବିଧି ଉପରେ ନଜର ରଖିବ ।

ମହାକାଶ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆଜି ଲଞ୍ଚ ହୋଇଛି ସାଟେଲାଇଟ୍ ‘ନିସାର’ । ଚୁଟକିରେ ମିଳିବ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ପ୍ରାକ୍ ସୂଚନା । ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ଝଡ଼ବର୍ଷା ସହ ବାତ୍ୟା ଉପରେ ରହିବ କଡ଼ା ନଜର ।ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଛି । ଇସ୍ରୋ ଏବଂ ନାସା ଏହାକୁ ମିଳିତଭାବେ ପ୍ରସ୍ତୁତ କରିଛନ୍ତି। ଏହି ଗୁଇନ୍ଦା ସାଟେଲାଇଟ୍ ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ବର୍ଷା, ବାତ୍ୟା, ଝଡ଼, ବଜ୍ରପାତ, ଆଗ୍ନେୟଗିରି ବିସ୍ଫୋରଣ, ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ଗତିବିଧି ଉପରେ ନଜର ରଖିବ ।ପକୃତିକ ଘଟଣା ପୂର୍ବରୁ ସତର୍କ କରାଇଦେବ । ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ଗତିବିଧିକୁ ସେଣ୍ଟିମିଟର ସ୍ତରରେ ରେକର୍ଡ କରିପାରିବ ନିସାର୍। କେଉଁ ସ୍ଥାନରେ ଓ କେତେବେଳେ ଭୂକମ୍ପ ହୋଇପାରେ, ତାହା ଜଣାପଡ଼ିବ ।

ଏହା ୧୨ ଦିନରେ ପୃଥିବୀର ଗୋଟିଏ ପରିକ୍ରମା ଶେଷ କରିବ। ଏହି ବ୍ୟବଧାନରେ ପୃଥିବୀ ପୃଷ୍ଠରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଜଣାପଡ଼ିଯିବ । ଫଳରେ କେଉଁ ଦେଶରେ କେଉଁ ପ୍ରକାର ପାଣିପାଗ ବା କେଉଁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା ରହିଛି, ସେ ବିଷୟରେ ସଠିକ୍ ତଥ୍ୟ ମିଳିପାରିବ ।ଏହା ବିଶ୍ୱର ସବୁଠୁ ମହଙ୍ଗା ପୃଥିବୀ ଅବଲୋନକାରୀ ସାଟେଲାଇଟ୍ ବୋଲି କୁହାଯାଉଛି । ଏହାର ନିର୍ମାଣରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Post Views22 Total Count

Apply Now


This will close in 0 seconds

error: Content is protected !!