କ୍ରିକେଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା

ଅବସର ନେଲେ ଆଉ ଜଣେ କ୍ରିକେଟର । ଭାରତୀୟ ଷ୍ଟାର ଖେଳାଳି ଚେତେଶ୍ୱର ପୂଜାରା କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି ୩୭ ବର୍ଷୀୟ ଚେତେଶ୍ୱର ପୂଜାରା । ସବୁ ଭଲ ଜିନିଷର ଅନ୍ତ ଅଛି ବୋଲି ଲେଖି କ୍ରିକେଟର ଲମ୍ବା ଯାତ୍ରା ସରୁଥିବା କହିଛନ୍ତି ଚେତେଶ୍ୱର ପୂଜାରା ।

ଭାରତର ଭେଟେରାନ୍ କ୍ରିକେଟର୍ ୩୭ ବର୍ଷୀୟ ଚେତେଶ୍ୱର ପୂଜାରା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୩ ଟେଷ୍ଟ ମ୍ୟାଚ, ୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ୧୦୩ ଟେଷ୍ଟରେ ୧୭୬ ଇନିଂସରେ ପୂଜାରା ୭୧୯୫ ରନ୍ କରିଛନ୍ତି । ସେଥିରେ ୧୯ ଶତକ ଏବଂ ୩୫ ଅର୍ଦ୍ଧଶତକ ସାମିଲ ଅଛି । ପୂଜାରାଙ୍କ ଦମଦାର ଟେଷ୍ଟ ଯାତ୍ରା ରହିଛି । ଦୀର୍ଘ ଦିନ ହେବ ଟେଷ୍ଟ ଟିମ୍‌ରେ ସୁଯୋଗ ପାଇନଥିଲେ । ୨୦୨୩ରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲରେ ପୂଜାରା ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସେହି ମୁକାବିଲାରେ ପୂଜାରା ୪୧ ରନ୍ କରିଥିଲେ । ଏହାପରେ ତାଙ୍କୁ ଦଳରୁ ଡ୍ରପ କରିଦିଆ ଯାଇଥିଲା । ୫ଟି ଦିନିକିଆ ଖେଳି ପୂଜାରା ୫୧ ରନ୍ କରିଛନ୍ତି । ୨୦୧୦ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ । ୨୦୧୩ରେ ଜିମ୍ବାୱେ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ ।

Post Views4 Total Count

Apply Now


This will close in 0 seconds

error: Content is protected !!