ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା ୨୦୨୩ର ପରିକ୍ଷାଫଳ

ଦୀର୍ଘଦିନ ଅପେକ୍ଷାର ଅନ୍ତ ଘଟିଛି। ଓଡିଶା ଲୋକସେବା ଆୟୋଗ(OPSC) ଶୁକ୍ରବାର ଓଡିଶା ପ୍ରଶାସନିକ ସେବା(OCS) ୨୦୨୩ର ପରିକ୍ଷାଫଳ ପ୍ରକାଶ କରିଛି। ଏହି ପରିକ୍ଷାରେ ୧୪୪ ଜଣ ମହିଳା ପାର୍ଥିଙ୍କ ସମେତ ମୋଟ ୩୯୮ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ବହୁ ଜଲଦି କୃତୀ ପାର୍ଥୀମାନଙ୍କୁ ରାଜ୍ୟ ପ୍ରଶାସନିକ ବିଭାଗ ଅଧିନରେ ସେବାରେ ନିୟୋଜିତ କରାଯିବ।

ସୂଚନା ମୁତାବକ, ଏହି ପଦ ପାଇଁ ଚଳିତ ବର୍ଷ ଏପ୍ରିଲ ଓ ମେ ମାସରେ ଲିଖିତ ପରିକ୍ଷା ଆୟୋଜିତ କରାଯାଇଥିଲା। ଏହାପରେ ଗତ ସେପ୍ଟେମ୍ୱର ମାସରେ ପାର୍ଥୀମନଙ୍କୁ ସାକ୍ଷାତକାର ଆଧାରରେ ଚୟନ କରାଯାଇଥଲା।

ଏହି ପରିକ୍ଷାରେ ଶାର୍ଷ ଦଶ ମଧ୍ୟରେ ଥିବା ପରିକ୍ଷାର୍ଥୀମାନେ ହେଉଛନ୍ତି:

୧. ପ୍ରିୟାଂଶୁ ପାଲ

୨. ଅନନ୍ୟା ମିଶ୍ର

୩. ଶୋଭନ ପଟ୍ଟନାୟକ

୪. ମିର୍ଜା ଫୈଜ ଅହମେଦ କ୍ୱାଦ୍ରି

୫. ଚିନ୍ମୟ ସାହୁ

୬. ଅନ୍ତିମ ସ୍ୱାଇଁ

୭. ଶୈଳେସ କୁମାର ଭୋଇ

୮. ମନୋମ୍ମଦ ନଜିଫ ହାତିଫ

୯. ଚିନ୍ମୟ କୁମାର ପାଢୀଟ

୧୦. ମିଲନ ମହାପାତ୍ର

କମିଶନ ସୂଚନା ଦେଇ କହିଛନ୍ତି ଯେ ମନୋନୀତ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ଅସ୍ଥାୟୀ ରହିଛି। ତେବେ ସମ୍ପୃକ୍ତ ନିଯୁକ୍ତି କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରାର୍ଥୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଟେଷ୍ଟିମୋନି/ପ୍ରମାଣପତ୍ରର ଉପଯୁକ୍ତ ଯାଞ୍ଚ ପରେ କୃତ୍ତି ପରିକ୍ଷାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ।
ତେବେ ପରିକ୍ଷାର୍ଥୀମାନଙ୍କୁ ଅଧିକ ସୂଚନା ପାଇଁ କମିଶନଙ୍କ ଆଧିକାରିକ ୱେବସାଇଟ http://opsc.gov.in ପରିଦର୍ଶନ କରିବାକୁ OPSC ଅନୁରୋଧ କରିଛି।

Post Views10 Total Count

Apply Now


This will close in 0 seconds

error: Content is protected !!