ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା

ଭାରତୀୟ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଅକ୍ଟୋବର ଆଜି (୨୨ ଅକ୍ଟୋବର ୨୦୨୫)ରେ ଆନୁଷ୍ଠାନିକ ଭାବରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରାଯାଇଛି । ତାଙ୍କର ନିଯୁକ୍ତି ଆନୁଷ୍ଠାନିକ ଭାବରେ ଏପ୍ରିଲ ୧୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ନୀରଜ ଚୋପ୍ରାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାଉଥ୍ ବ୍ଲକରେ ଆୟୋଜିତ ଏକ ସମାରୋହରେ ଷ୍ଟାର ଜାଭେଲିନ୍ ଥ୍ରୋଅର୍ ଏବଂ ଦୁଇ ଥର ଅଲିମ୍ପିକ୍ ପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କୁ ଆନୁଷ୍ଠାନିକ ଭାବରେ ଟେରିଟୋରିଆଲ୍ ଆର୍ମିରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀର ପ୍ରତୀକ ପ୍ରଦାନ କରିଥିଲେ। ଲେଫ୍ଟନାଣ୍ଟ କର୍ଣ୍ଣେଲ (ମାନସ) ନୀରଜ ଚୋପ୍ରା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ପ୍ରତିରକ୍ଷା ମନ୍ତ୍ରୀ ତାଙ୍କୁ ଭାରତୀୟ ଅଧ୍ୟବସାୟ, ଦେଶପ୍ରେମ ଏବଂ ଉତ୍କର୍ଷତା ପାଇଁ ପ୍ରୟାସର ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ।

ଭାରତୀୟ ଗେଜେଟ୍ ଅନୁଯାୟୀ, ନୀରଜ ଚୋପ୍ରାଙ୍କ ଏହି ନିଯୁକ୍ତି ଏପ୍ରିଲ ୧୬ ତାରିଖରୁ କାର୍ଯ୍ୟକାରୀ ହୋଇଥିଲା। ନୀରଜ ୨୬ ଅଗଷ୍ଟ, ୨୦୧୬ରେ ନାଏବ୍ ସୁବେଦାର ପଦବୀରେ ଜୁନିଅର କମିଶନଡ୍ ଅଫିସର ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଦୁଇ ବର୍ଷ ପରେ, ଆଥଲେଟିକ୍ସରେ ତାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା । ୨୦୨୧ ମସିହାରେ, କ୍ରୀଡାରେ ତାଙ୍କ ସଫଳତା ପାଇଁ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପଦୋନ୍ନତି ସହିତ, ନୀରଜ ଚୋପ୍ରାଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ। ଭାରତୀୟ ପ୍ରତିରକ୍ଷା ଏକାଡେମୀର ସରକାରୀ ୱେବସାଇଟରେ ଥିବା ସୂଚନା ଅନୁଯାୟୀ, ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ 1,21,200 ରୁ 2,12,400 ପର୍ଯ୍ୟନ୍ତ ଦରମା ମିଳିଥାଏ। ଏହି ପରିମାଣ ସପ୍ତମ ବେତନ କମିଶନ ଅନୁଯାୟୀ।

ସେନାବାହିନୀରେ ଜଣେ ଲେଫ୍ଟନାଣ୍ଟ ୪୦ ରୁ ୬୦ ଜଣ ଅଧସ୍ତନ କର୍ମଚାରୀ କିମ୍ବା ସୈନିକଙ୍କ ଏକ ୟୁନିଟ୍ ର ଦାୟିତ୍ୱରେ ରହିଥାଆନ୍ତି। ଲେଫ୍ଟନାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଅଧିକାରୀମାନେ କେବଳ ଭଲ ଦରମା ପାଆନ୍ତି ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ବୀମା, ବାସସ୍ଥାନ, ପେନସନ ସୁବିଧା, ପରିବହନ ରିହାତି ଏବଂ ଅନ୍ୟାନ୍ୟ ଅନେକ ସୁବିଧା ସେମାନଙ୍କୁ ମିଳିଥାଏ । ଏହା ବ୍ୟତୀତ, ସେମାନେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦରମା ବୃଦ୍ଧି ଏବଂ ପଦୋନ୍ନତି ପାଇଥାନ୍ତି।

Post Views28 Total Count

Apply Now


This will close in 0 seconds

error: Content is protected !!