ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଯିବେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଯିବେ। କାଲି ସାଢ଼େ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ କୋମନାରେ ବିଶାଳ ରୋଡ୍ ସୋ କରିବେ। ଏହାଛଡ଼ା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ କରିବେ ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଆସିବେ। ସେ ପଞ୍ଚମପୁରଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ। ଏନେଇ ବିଜେପି ରାଜ୍ୟ ସଭାପତି ଯତିନ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଉପନିର୍ବାଚନ ପାଇଁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ।

ସେ କାହାର ନାମ ନନେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ପୂର୍ବ ସରକାର କଥା ଦେଇ କଥା ରଖି ନାହାନ୍ତି। କିନ୍ତୁ ଆମେ ସେପରି କରିବୁ ନାହିଁ। ଯାହା କହିବୁ ତାହା କରି ଦେଖାଇବୁ। ନିର୍ବାଚନ ସମୟରେ ଯାହା କହିଥିଲୁ ତାହା କରି ଦେଖାଇଛୁ।

Post Views42 Total Count

Apply Now


This will close in 0 seconds

error: Content is protected !!